Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଠାରୁ କୋଭିଡ଼ କଟକଣାକୁ କରାଗଲା କୋହଳ: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ
ଆଜିର ଖବର

ଆସନ୍ତାକାଲି ଠାରୁ କୋଭିଡ଼ କଟକଣାକୁ କରାଗଲା କୋହଳ: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

June 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ରାଜ୍ୟରେ ଲକଡାଉନ-୩.୦ କଟକଣା ସମାପ୍ତ ହେଉଛି। ହେଲେ ଆସନ୍ତାକାଲି ଠାରୁ ପୁଣିଠାରେ ଲକଡାଉନ କଟକଣା ଜାରି ହେବ କି ନାହିଁ, ତାହା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୀବିକାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆଂଶିକ କୋହଳ କରିଛନ୍ତି। ଆସନ୍ତାକାଲି ସକାଳ ୫ ଟାରୁ ଜୁଲାଇ ୧ ତାରିଖ ସକାଳ ୫ ଟା ଯାଏଁ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା ହୋଇଛି।

ସଂକ୍ରମଣ କମିଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଟି ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଉଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯାଇଛି। ସେହିପରି ଅନ୍ୟ ୧୩ ଟି ଜିଲ୍ଲାରେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ।

ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଏହି ଆଂଶିକ ଲକଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ବସ ସେବା, ସିନେମା ହଲ, ସେଲୁନ, ସ୍ପା, ଜିମ୍ ବନ୍ଦ ରହିବ। ରାଜ୍ୟରେ ସବୁ ମନ୍ଦିର ବନ୍ଦ ରହିବ। କେବଳ ମନ୍ଦିରରେ ନୀତିକାନ୍ତି ଚାଲିବ। ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ।

ଦୁଗ୍ଧ ଚାଷୀଙ୍କ ହିତ ପାଇଁ ରାଜ୍ୟର ସମସ୍ତ ମିଠା ଦୋକାନ ଖୋଲା ରହିବ। ବିଦ୍ୟୁତ ଉପକରଣ ଦୋକାନ, ସ୍ୱାସ୍ଥ୍ୟ ସମ୍ବଧୀୟ ଦୋକାନ, ଚାଷୀ ସମ୍ବଧୀୟ ଦୋକାନ ଖୋଲା ରହିବ। ଖାଦ୍ୟ ଦୋକାନମାନଙ୍କରେ ଖାଇବା ପାଇଁ ଅନୁମତି ନାହିଁ। କେବଳ ଗ୍ରାହକମାନଙ୍କୁ ଖାଦ୍ୟ ପାର୍ସଲ ନେବା ପାଇଁ ଅନୁମତି ରହିଛି। ସାଇକେଲ ଗାଡି ମରାମତି ଦୋକାନ ଖୋଲା ରହିବ। ସେହିଭଳି ସାରା ରାଜ୍ୟରେ ୬ ଟା ରୁ ୯ ଟା ଯାଏଁ ମର୍ଣ୍ଣିଂ ୱାକ୍ ଏବଂ ସାଇକେଲିଂ ପାଇଁ ଅନୁମତି ରହିଛି। ସରକାରୀ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତଙ୍କୁ ନେଇ କାର୍ଯ୍ୟ ଚାଲିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

କୋଭିଡ କଟକଣା ସୁରେଶ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Latest News

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.