ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫ ହଜାର ୫୭୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jun 16, 2021, 8:06 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୯୫, ଯାଜପୁରରୁ ୫୬୩, କଟକରୁ ୪୫୪, ବାଲେଶ୍ବରରୁ ୩୩୧, ସୁନ୍ଦରଗଡରୁ ୨୭୨, ନବରଙ୍ଗପୁରରୁ ୨୬୨, ବୌଦ୍ଧରୁ ୨୬୦, ମୟୂରଭଞ୍ଜରୁ ୨୫୨, ଜଗତସିଂହପୁରରୁ ୨୪୦, ପୁରୀରୁ ୨୩୯, ଭଦ୍ରକରୁ ୨୨୩, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୮୭, ବରଗଡରୁ ୧୬୧, ଅନୁଗୁଳରୁ ୧୫୩, ଢେଙ୍କାନାଳରୁ ୧୩୬, କୋରାପୁଟରୁ ୧୩୧, ରାୟଗଡାରୁ ୧୦୦, ସମ୍ବଲପୁରରୁ ୯୧, କନ୍ଧମାଳରୁ ୮୭, ବଲାଙ୍ଗୀରିରୁ ୭୭, କଳାହାଣ୍ଡିରୁ ୭୬, ମାଳାକାନାଗିରିରୁ ୭୩, ନୟାଗଡରୁ ୭୦, ସୋନପୁରରୁ ୬୫, ଗଞ୍ଜାମରୁ ୪୦, ଝାରସୁଗୁଡାରୁ ୪୦, ଗଜପତିରୁ ୩୬, ଦେବଗଡରୁ ୨୨, ନୂଆପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି ହୋଇଛି।

Related posts