ନାକଟିଦେଉଳ ଡାକ୍ତରଖାନାକୁ ୩ ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

Published: Jun 16, 2021, 8:14 pm IST

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଡାକ୍ତରଖାନାକୁ ସେଲକୋ ଫାଉଣ୍ଡେସନ୍ ତରଫରୁ ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ସହଯୋଗରେ ୩ ଟି ଅକ୍ସିଜେନ୍ କନସେନଟ୍ରେଟର ୭୪ ଟି ଓକ୍‌ସିମିଟର ଓ ୭୪ ଟି ଥର୍ମୋମିଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତଙ୍କୁ ଅକ୍ସିଜେନ୍ କନସେନ୍‌ଟ୍ରେଟର ପ୍ରଦାନ କରାଯାଇଥିଲା।

ଏହି ପ୍ରଦାନ ଦିବସରେ ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବ୍ଲକ୍ ବିଜେଡି ସଭାପତି ମୂଳିଆ ରାଉଳ, ବିଜୁ ଯୁବ ବିଜେଡି ସଭାପତି ଧିରେନ୍ କୁମାର ସାହୁ, ଜିତେନ୍ଦ୍ର କୁମାରେ ସାହୁ, ମୁନୁ ବିଶ୍ୱାଳ, ଅଚ୍ୟୁତାନନ୍ଦ ସାହୁ, ପିଂଟୁ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବ୍ଲକ୍ ଅଂଚଳରେ କେହି ଯେମିତି ଅମ୍ଳଜାନ ଅଭାବରେ ମୃତ୍ୟୁବରଣ ନ କରନ୍ତି ସେ ଦିଗରେ ବିଧାୟକ ଇଂ ରୋହିତ କୁମାର ପୂଝାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Related posts