Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକଡାଉନ ସମୟରେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଉଛି ‘ଆହାର’: ଦିନକୁ ୪ ହଜାର ଲୋକେ ପାଉଛନ୍ତି ସୁବିଧା
ଆଜିର ଖବର

ଲକଡାଉନ ସମୟରେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଉଛି ‘ଆହାର’: ଦିନକୁ ୪ ହଜାର ଲୋକେ ପାଉଛନ୍ତି ସୁବିଧା

June 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ଯୋଗୁଁ ଲକଡାଉନ କଟକଣା ଜାରି ରହିଛି। ଆଜିଠାରୁ ରାଜ୍ୟରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ କଟକଣା ଏବେ ବି ବଳବତ୍ତର ରହିଛି। ରାଜ୍ୟରେ ସ୍ଥିତି ସାମାନ୍ୟ ହେବାକୁ ଆହୁରି ଅନେକ ଦିନ ଲାଗିବ। କରୋନା ସଂକ୍ରମଣ ହ୍ରାସ ନହେବା ଯାଏଁ କଟକଣା ବଳବତ୍ତର ରହିବ।

ତେବେ ଏଭଳି ପରିସ୍ଥିତିରେ ଗରିବ, ଅସହାୟମାନେ ଭୋକିଲା ରହିବା ସମ୍ଭାବନା ଥିବାରୁ ଭୁବନେଶ୍ଵର ମହାନଗର ଅଞ୍ଚଳର ୧୨ ଟି ‘ଆହାର’ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଆହାର କେନ୍ଦ୍ରଗୁଡିକରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଯାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ପାଳନ ସହ ଦୈନିକ ୪ହଜାର ଭୋଜନ ଯୋଗାଇ ଦିଆଯାଉଛି। ଆହର କେନ୍ଦ୍ରଗୁଡିକରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ପରେ ପାର୍ସଲ କରାଯାଇ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡଉନ ସମୟରେ ଗମନାଗମନର କଟକଣା ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି।

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍ସ ଠାରେ ଦୁଇଟି ଆହାର କେନ୍ଦ୍ରରେ ୩୫୦ ଲେଖାଏଁ ଭୋଜନ ଦିଆଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ୪୫୦, ସମ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦, କଳିଙ୍ଗ ହସ୍ପିଟାଲ ଆହାର କେନ୍ଦ୍ର ଓ ବିଏମସି ପରିସରରେ ଥିବା ଆହାର କେନ୍ଦ୍ରରେ ୩୫୦ ଲେଖାଏଁ, ରସୁଲଗଡରେ ୪୦୦, ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ ଷ୍ଟାଣ୍ଡରେ ୩୦୦, ନୂଆପଲ୍ଲୀ ଦୂର୍ଗା ମଣ୍ଡପରେ ୩୫୦, ବରମୁଣ୍ଡା ବସ ଷ୍ଟାଣ୍ଡରେ ୨୫୦, ଅଶୋକନାଗରରେ ୩୦୦ ଏବଂ ଖାରବେଳ ନଗର ବସ ଷ୍ଟାଣ୍ଡରେ ୨୦୦ ଭୋଜନ ବିଏମସି ପକ୍ଷରୁ ଦିଆଯାଉଛି।

ତେବେ ନିୟମିତ ସମୀକ୍ଷା ପରେ କେନ୍ଦ୍ରଗୁଡ଼ିକରେ ଭୋଜନ ସଂଖ୍ୟା ପରିବର୍ତ୍ତନ କରାଯାଇଥାଏ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଆହାର ବିଏମସି
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.