
ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀ ରୋଡ ସୋ କରିଥିଲେ। ରାହୁଲ୍ଙ୍କ ସହ ତାଙ୍କ ମା ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭିଣୋଇ ରର୍ବଟ ଭଦ୍ରା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୀଏଲ ପୁନିଆ, ସଞ୍ଜୟ ସିଂହ, ଅମିତା ସିଂହଙ୍କ ସମେତ ତାଙ୍କର ଅନେକ ସମର୍ଥକମାନେ ଉପସ୍ଥିତ ଥିଲେ। ଚଳିତଥର ରାହୁଲ୍ ଦୁଇଟି ଯାଗାରୁ ନିର୍ବାଚନ ଲଢୁଛନ୍ତି। ଅମେଠି ବ୍ୟତୀତ ରାହୁଲ କେରଳର ଓ୍ବାୟନାଡରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି। ଅମେଠିରେ ତାଙ୍କ ସହ ଟକ୍କର ଦେବେ ବିଜେପି ନେତ୍ରୀ ସ୍ମୃତି ଇରାନୀ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )