Categories
ଆଜିର ଖବର ଜାତୀୟ ଖବର

ଆରମ୍ଭ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ 22ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ 24 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ 36ଟି ନିର୍ବାଚନ ଅଫିସ୍‌ କରାଯାଇଛି । ଦିଲ୍ଲୀର 11ଟି ଜିଲ୍ଲାରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ କାର୍ଯ୍ୟ କରିବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ 8 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏବଂ ଫେବୃଆରୀ 11 ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ 22 ତାରିଖରେ ଶେଷ ହେବ ।

2015 ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 924ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ 231ଜଣଙ୍କ ଖାରଜ ହୋଇଥିଲା। 673ଜଣ 2015 ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି 1993ରେ ସବୁଠାରୁ ଅଧିକ ପ୍ରାର୍ଥୀ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 1993ରେ ହୋଇଥିବା ପ୍ରଥମ ନିର୍ବାଚନରେ 1,316ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ଓହ୍ଲାଇଥିଲେ । (ଏଜେନ୍ସି)

Categories
ଆଜିର ଖବର

ଆମେଠିରେ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ୍‌

ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀ ରୋଡ ସୋ କରିଥିଲେ। ରାହୁଲ୍‌ଙ୍କ ସହ ତାଙ୍କ ମା ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭିଣୋଇ ରର୍ବଟ ଭଦ୍ରା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୀଏଲ ପୁନିଆ, ସଞ୍ଜୟ ସିଂହ, ଅମିତା ସିଂହଙ୍କ ସମେତ ତାଙ୍କର ଅନେକ ସମର୍ଥକମାନେ ଉପସ୍ଥିତ ଥିଲେ। ଚଳିତଥର ରାହୁଲ୍‌ ଦୁଇଟି ଯାଗାରୁ ନିର୍ବାଚନ ଲଢୁଛନ୍ତି। ଅମେଠି ବ୍ୟତୀତ ରାହୁଲ କେରଳର ଓ୍ବାୟନାଡରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି। ଅମେଠିରେ ତାଙ୍କ ସହ ଟକ୍କର ଦେବେ ବିଜେପି ନେତ୍ରୀ ସ୍ମୃତି ଇରାନୀ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ଆଜି ଓଡିଶାର ହେଭିଓ୍ବେଟ୍‌ ନେତାଙ୍କ ନାମାଙ୍କନ

୪ଟି ପର୍ଯ୍ୟାୟରେ ଓଡିଶାରେ ହେବାକୁ ନିର୍ବାଚନ ପାଇଁ  ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଭରିବା ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଦଳର ହେଭିୱେଟ୍ ନେତା ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ପୂର୍ବରୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ ବୈଜୟନ୍ତ। ଏହାପେର ଏକ ବିଶାଳ ଶୋଭାଯାତ୍ରାରେ ତିନିମୁହାଣି ଛକରୁ ଆସି ଜିଲ୍ଲାପାଳ ଅଫିସରେ ପହଁଚି ନାମାଙ୍କନ ଦାଖଲ କରିବେ। ସେହିପରି ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ଜଗତସିଂପୁର ଜିଲ୍ଲାରେ ବିଜେପି ନେତା ଦାମ ରାଉତ ନିଜର ପ୍ରାର୍ଥୀପତ୍ର ଭରିବେ। ଭଣ୍ଡାରୀପୋଖରୀ ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ତାଙ୍କ ସହ ରାଜନଗର ଏବଂ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଓ ଧରଣୀଧର ନାୟକ ମଧ୍ୟ ନିଜନିଜର ପ୍ରାର୍ଥୀପତ୍ର ଭରିବେ। ଏହା ବ୍ୟତୀତ ବିଜେଡି ନେତା ପ୍ରତାପ କେଶରୀ ଦେବ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଜଗତସିଂହପୁରରୁ ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ଆଜି ନିଜର ନାମାଙ୍କନ ଦାଖଲ କରିବେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )