ଏହି ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର: ୯୮୦ କୋଟି ଟଙ୍କାର କୃଷି ଋଣ ମୁକ୍ତ କଲା ରାଜ୍ୟ ସରକାର

Published: Jun 18, 2021, 11:38 am IST

ରାଞ୍ଚି: ଚାଷୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ ଘୋଷଣା କରିଛି। ରାଜ୍ୟରେ ୨ ଲକ୍ଷ ୪୬ ହଜାର ଚାଷୀଙ୍କୁ ୯୮୦ କୋଟି ଟଙ୍କା ଋଣ ମୁକ୍ତ କରିବା ଘୋଷଣା କରିଛି। ଝାଡ଼ଖଣ୍ଡର ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଛି।

ଝାଡଖଣ୍ଡ କୃଷି ପାଳନ ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି ଯେ, କୃଷି ଋଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରର ସଂକଲ୍ପ ଥିଲା। ଆମ ସରକାରର ଏହା ଏକ ମହତ୍ବପୂର୍ଣ୍ଣ ଯୋଜନା ଭିତରୁ ଅନ୍ୟତମ। ଆମ ସରକାର ଋଣ ମୁକ୍ତ କରିବା ପାଇଁ ବିଧାନସଭାରେ ଘୋଷଣା କରିଥିଲା। ତେଣୁ ଏହା ଉପରେ ଆମେ ନିରନ୍ତର କାମ କରୁଥିଲୁ ବୋଲି ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଝାଡଖଣ୍ଡ ସରକାର ଚଳିତ ଆର୍ଥିକ ବଜେଟରେ କୃଷି ଋଣ ମୁକ୍ତ କରିବା ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲା।

Related posts