ଚାଣକ୍ୟ ନୀତି: ପିଲାମାନଙ୍କ ପ୍ରତି ବାପାମାଙ୍କ କଣ ରହିଛି କର୍ତ୍ତବ୍ୟ ଜାଣନ୍ତୁ

Published: Jun 19, 2021, 1:10 am IST

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କ ପ୍ରତି କଣ ରହିଛି କର୍ତ୍ତବ୍ୟ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Related posts