Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ
ଆଜିର ଖବର

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ
“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ଓଡିଶାର ସବୁଠାରୁ ବଡ ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ” ନୂତନ ସିଜିନ ସହ ପୁଣି ସଫଳତାର ସହ ପହଞ୍ଚିଛି ତାର ଶେଷ ସୋପାନରେ, ଅର୍ଥାତ ଗ୍ରାଣ୍ଡ ଫିନାଲେରେ। ଗତ ୨୯ ନଭେମ୍ବର ୨୦୨୫ ର ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ, ସାଉଁଟିଛି ଦର୍ଶକଙ୍କ ଅଜସ୍ର ଭଲ ପାଇବା। ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେଉଥିବା ଏହାର ସମସ୍ତ ନୂଆ ନୂଆ ଏପିସୋଡ୍ ହୋଇଥିଲା ଦମଦାର ଓ ଆଉ ରୋମାଞ୍ଚକର। ତେଣୁ ଦେଖିବାକୁ ଭୁଲନ୍ତୁ ନାହିଁ କେବଳ ଜୀ ସାର୍ଥକରେ ଆଜି ୬:୩୦ରୁ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ”।

ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରେଟିମାନେ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀ ମାନଙ୍କ ସହ ଯୋଡ଼ି ହୋଇଥିଲେ ଏହି ନୂତନ ଭାବରେ କଳ୍ପିତ ଡ୍ୟାନ୍ସ ରିଆଲିଟି ଶୋ ରେ। ଟିମ ରଙ୍ଗବତୀ ୨.୦ ଓ ଲଚକମଣି ୨.୦ ଟିମ ନିଜର ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି ଓ ଗ୍ରାଣ୍ଡ ଫିନାଲେ ବି ଆହୁରି ଗ୍ରାଣ୍ଡ ହେବ ବୋଲି କହିଛି ଜୀ ସାର୍ଥକ ଟିମ । ଆପଣମାନେ ବି ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ ଏହି ଦୁଇ ଟିମର କଡା ଟକ୍କର। କେବଳ ଡ୍ୟାନ୍ସ ନୁହେଁ, ଏଥରର ବିଶେଷ ଆକର୍ଷଣ ଭାବରେ ନିଜ କଣ୍ଠର ଯାଦୁରେ ଆପଣଙ୍କୁ ଝୁମଏଇବେ ଓଡ଼ିଶାର ଲୋକପ୍ରିୟ ଗାୟକ ମାନେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସତ୍ୟଜିତ, ସ୍ୱୟଂ ପାଢୀ, ବିଷ୍ଣୁମୋହନ ଓ ତାରିକ ଅଜିଜ୍। ପୁଣି ବିଚାରକ ପ୍ୟାନେଲ, ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କ ପ୍ରଦର୍ଶନ ମଧ୍ୟ ସମ୍ପୂର୍ଣ୍ଣ ବିଶେଷ ଓ ଉଚ୍ଚ କୋଟୀର ହେବ ବୋଲି ଟିମ କହିଛି।

ସେଲିବ୍ରେଟି ନିକିତା, ଦେବସ୍ମିତା, ଅନନ୍ୟା, ରୋମ୍ୟାଞ୍ଜଳି, ସୁଶ୍ରୀ, ପିହୁ, ସୋନାଲିସା, ସୁଲଗ୍ନା, ହିତେସା ଓ ମାନସୀ ପ୍ରତ୍ୟେକ ଏପିସୋଡରେ ନୃତ୍ୟର ବିଭିନ୍ନ ଶୈଳୀ ମାଧ୍ୟମରେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିଥିଲେ ଏକ ନିଆରା ଅନୁଭୂତି ତେଣୁ ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଗ୍ରାଣ୍ଡ ଫିନାଲେ ବି ଆହୁରି ଦମଦାର ଓ ରୋମାଞ୍ଚକର ହେବ ତେଣୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ବୋଲି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026
Latest News

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.