Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୬ ସନ୍ଧ୍ୟା ୬:୩୦ ରେ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ -ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଆରମ୍ଭରୁ ଦର୍ଷକଙ୍କ ମନ ଜିତିଛି। ଏହି ରିଅଲିଟି ଶୋରେ ଅଭିନେତ୍ରୀମାନେ ପରସ୍ପରକୁ ଦେଇଛନ୍ତି କଡ଼ା ଟକ୍କର।

ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି। ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ଡ୍ୟାନ୍ସ ରିଅଲିଟି ଶୋର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬:୩୦ ରୁ କେବଳ ଜୀ-ସାର୍ଥକରେ।

ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଏହି ରିଅଲିଟି ଶୋରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଛନ୍ତି। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେଇଛନ୍ତି ନିକିତା, ଅଙ୍କିତା, ସ୍ମତି,
ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା।

ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ପ୍ରସାରିତ ଡ୍ୟାନ୍ସ ଧମାକାରେ ନାୟିକାମାନେ ନୃତ୍ୟ ପ୍ରଦର୍ଶନ ଦେଇ ଅବିରତ କମାଲ ଦେଖାଇଛନ୍ତି। ତେବେ କିଏ ପିନ୍ଧିବ ବିଜୟର ମୁକୁଟ ତାହା ଦେଖିବାକୁ ସାରା ଓଡ଼ିଶା ଚାହିଁ ବସିଛି। ନୃତ୍ୟ ପ୍ରଦର୍ଶନରେ କେହି କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିଛନ୍ତି। ତେବେ କେବଳ ଜୁରି ମାନେ ନୁହେଁ, ଦର୍ଶକଙ୍କ ଭୋଟ ମଧ୍ୟ ଜିତାଇବ ତାଙ୍କର ଫେବରାଇଟ୍ ଅଭିନେତ୍ରୀଙ୍କୁ ବୋଲି ଜୀ- ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଅଭିନେତ୍ରୀମାନେ ପରସ୍ପରକୁ ଦେବେ କଡ଼ା ଟକ୍କର

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଆଗାମୀ ଜାନୁଆରୀ ୭ ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ।

ସୁଜିତ ଓ ଚାନ୍ଦିନୀଙ୍କ ଦମଦାର ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିବେ ଏବଂ ବାଛିବେ କେଉଁ ଦଳ ହେବ ବିଜେତା। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେବେ ନିକିତା,ଅଙ୍କିତା,ଜସ୍ମିନ, ଦୀପିକା, ଅନନ୍ୟା, ଏଲି,ଅର୍ପିତା ଓ ଛନ୍ଦିତା। ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ହେବାକୁ ଥିବା ଡ୍ଯାନ୍ସ ଧମାକାର ଟକ୍କର ସହ ଏହି ଶୋ, ଆପଣଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। ଅଭିନେତ୍ରୀ ଭାବରେ ପରଦା ଉପରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ସାରିଥିବା ଏହି ଚୁଲବୁଲି ନାୟିକାମାନେ ନୃତ୍ୟ ପ୍ରଦର୍ଶନରେ କେତେ କମାଲ ଦେଖାଇ ପାରିବେ ତା’ ଉପରେ ସମସ୍ତଙ୍କର ନଜର ରହିବ। ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ଡ୍ୟାନ୍ସ ରିୟଲିଟି ଶୋ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି । କିନ୍ତୁ ଏହି ଶୋରେ ସେମାନେ ପରସ୍ପରକୁ ଏକ ପ୍ରତିଯୋଗୀ ଭାବରେ ଟକ୍କର ଦେଇ ସାମନା କରିବେ। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ କେହି ନୃତ୍ୟ ପ୍ରଦର୍ଶନରେ ମଧ୍ଯ କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିବେ ଜ଼ୀ ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।

ଏହି ମେଗା ଡ୍ୟାନ୍ସିଂ ରିଅଲିଟି ଶୋ ଆଗାମୀ ଜାନୁଆରୀ ୭ ରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ରୁ ୧୦:୩୦ ମଧ୍ଯରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।