Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 
ଆଜିର ଖବର

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ୨୯ ରେ ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ– ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 
ଆସନ୍ତା ୨୯ ରେ ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ– ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ଓଡିଶାର ସବୁଠୁ ବଡ ଡାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ” ଏକ ନୂଆ ସିଜିନ ସହ ପୁଣି ଫେରିଛି ଟିଭି ପରଦାକୁ, ଯାହାକୁ ଏବେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଲ୍ ମାଷ୍ଟର୍ସ” ଭାବରେ ପୁନଃକଳ୍ପିତ କରାଯାଇଛି। ଏହାର ପ୍ରିମିୟର ଆସନ୍ତାକାଲି ଅର୍ଥାତ ୨୯ ନଭେମ୍ବର ୨୦୨୫ରେ ହେବାକୁ ଯାଉଛି। ନୂଆ ନୂଆ ଏପିସୋଡ୍ ସହ ଏକ ଦମଦାର ଗ୍ରାଣ୍ଡ ଫିନାଲେ ସହିତ ଏହି ସିଜିନ୍ ଏକ ରୋମାଞ୍ଚକର ହେବ କାରଣ ଏଥର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରିଟିମାନଙ୍କୁ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀ ମାନଙ୍କ ସହ ଯୋଡ଼ିବ ଏହି ଡାନ୍ସ ରିଆଲିଟି ଶୋ। ଏହି ଶୋ କେବଳ ଜୀ ସାର୍ଥକରେ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେବ।

ଏଥର ୧୦ ଜଣ ସେଲିବ୍ରିଟି ଏବଂ ୧୦ ଜଣ ଲିଟିଲ୍ ମାଷ୍ଟର୍ସ ଦୁଇଟି ଦଳ ଗଠନ କରିବେ, ଯାହାର ନାମ ହେଲା ରଙ୍ଗବତୀ ୨.୦ ଆଉ ଲଚକମଣି ୨.୦, ଯେଉଁମାନେ ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଥିମ୍ ରାଉଣ୍ଡରେ ପ୍ରତିଯୋଗିତା କରିବେ। ସେଲିବ୍ରିଟି ନିକିତା ,ଦେବସ୍ମିତା, ଅନନ୍ୟା, ରୋମ୍ୟାଜଂଳି, ସୁଶ୍ରୀ, ପିହୁ, ଲଭରିନ, ସୁଲଗ୍ନା,ହିତେସା ଓ ମାନସୀ ପ୍ରତ୍ୟେକ ଏପିସୋଡରେ ନୃତ୍ୟର ବିଭିନ୍ନ ଶୈଳୀ ମାଧ୍ୟମରେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ନିଜର ନୃତ୍ୟକଳା ଦ୍ୱାରା ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିବେ ଏକ ନୂତନ ଅନୁଭୂତି।

ଏହି ଶୋ’କୁ ଲୋକ ପ୍ରିୟ ଆଙ୍କର ସୁଜିତ ପାଇକରାୟ ହୋଷ୍ଟ କରିବେ। ସମ୍ମାନିତ ବିଚାରକଙ୍କ ପ୍ୟାନେଲରେ ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ର ଅଛନ୍ତି ଯେଉଁମାନେ ଓଡ଼ିଆ ମନୋରଞ୍ଜନ ଏବଂ ନୃତ୍ୟ ଶିଳ୍ପ ଜଗତରେ ଅପ୍ରତିଦ୍ଵନ୍ଦୀ କଳାକାର।

ଏଥର ଏକ ସ୍ୱତନ୍ତ୍ର ସ୍ୱାଦ ଯୋଡିବେ, ୟୁଟୁବ କମେଡି ସେନସେସନ୍ ରାଜୁ ଦାସ (ସାହୁ ବାବୁ ଫେମ) ଏବଂ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ମଞ୍ଚରେ ସାହୁ ଭେରାଇଟି ଷ୍ଟୋର ଏକ ମନୋରଞ୍ଜନକାରୀ ଖୋରାକ ଯୋଗାଇବା ସହ ସାହୁ ବାବୁ ଭରିବେ କମେଡିର ତଡକା।

ଥିମାଟିକ୍ ରାଉଣ୍ଡ ଏବଂ ଚମତ୍କାର ଷ୍ଟେଜ୍ ଡିଜାଇନ୍ ସହିତ ଏକ ବିଶାଳ ସ୍ତରରେ ସୁଟିଂ କରାଯାଇଛି ଏହି ସିଜିନ୍ ଯାହା ଓଡିଶାର ସବୁଠାରୁ ବଡ଼ ନୃତ୍ୟ ପ୍ରତିଯୋଗିତା ହେବ ସହ ଆକର୍ଷକ ହେବାର ପ୍ରତିଶ୍ରୁତି ଦେଉଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

ଗ୍ରାଣ୍ଡ ପ୍ରିମିୟର ଜୀ ସାର୍ଥକ ଡାନ୍ସ ରିଆଲିଟି ଶୋ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026
Latest News

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.