Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ
ଆଜିର ଖବର

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ
ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ଓଡିଶାର ସବୁଠାରୁ ବଡ ଡାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ” ଏକ ନୂଆ ସିଜିନ ସହ ପୁଣି ଫେରିଛି ଟିଭି ପରଦାକୁ, ଯାହାକୁ ଏବେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଲ୍ ମାଷ୍ଟର୍ସ” ଭାବରେ ପୁନଃକଳ୍ପିତ କରାଯାଇଛି। ଏହାର ପ୍ରିମିୟର ଗତ ୨୯ ନଭେମ୍ବର ୨୦୨୫ରେ ହୋଇଥିବା ବେଳେ ସାଉଁଟିଛି ଦର୍ଶକଙ୍କ ଅଜସ୍ର ଭଲ ପାଇବା। ଏହାର ସମସ୍ତ ନୂଆ ନୂଆ ଏପିସୋଡ୍ ହୋଇଛି ଦମଦାର ଓ ରୋମାଞ୍ଚକର, କାରଣ ଏଥର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରେଟିମାନଙ୍କୁ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀ ମାନଙ୍କ ସହ ଯୋଡ଼ିଛି ଏହି ଡାନ୍ସ ରିଆଲିଟି ଶୋ।

ଏଥର ୧୦ ଜଣ ସେଲିବ୍ରିଟି ଏବଂ ୧୦ ଜଣ ଲିଟିଲ୍ ମାଷ୍ଟର୍ସ ଦୁଇଟି ଦଳ ଗଠନ କରିଛନ୍ତି, ଯାହାର ନାମ ହେଲା ରଙ୍ଗବତୀ ୨.୦ ଆଉ ଲଚକମଣି ୨.୦, ଯେଉଁମାନେ ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଥିମ୍ ରାଉଣ୍ଡରେ ପ୍ରତିଯୋଗିତା କରି ଦର୍ଶକଙ୍କ ମନ ଜିତିଛନ୍ତି ଯେଉଁଥିପାଇଁ ଜୀ ସାର୍ଥକ ଟିମ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛି।

ସେଲିବ୍ରେଟି ନିକିତା ,ଦେବସ୍ମିତା, ଅନନ୍ୟା, ରୋମ୍ୟାଜଂଳି, ସୁଶ୍ରୀ, ପିହୁ,ସୋନାଲିସା, ସୁଲଗ୍ନା,ହିତେସା ଓ ମାନସୀ ପ୍ରତ୍ୟେକ ଏପିସୋଡରେ ନୃତ୍ୟର ବିଭିନ୍ନ ଶୈଳୀ ମାଧ୍ୟମରେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ନିଜର ନୃତ୍ୟକଳା ଦ୍ୱାରା ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିଛନ୍ତି ଏକ ନୂତନ ଅନୁଭୂତି। ଏହି ଶୋ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେଉଛି କେବଳ ଜୀ ସାର୍ଥକରେ। ଏହି ଶୋ’କୁ ଲୋକପ୍ରିୟ ଆଙ୍କର ସୁଜିତ ପାଇକରାୟ ପରିଚାଳନା କରିବା ସହ ସମ୍ମାନିତ ବିଚାରକଙ୍କ ପ୍ୟାନେଲରେ ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ର ଯେଉଁ ମାନେ ନିଖୁଣ ଭାବରେ ପ୍ରତିଯୋଗୀଙ୍କୁ ପରଖିବା ସହ ଉତ୍ତମ ପରାମର୍ଶ ଦେଉଛନ୍ତି। ରାଜୁ ଦାସଙ୍କ କମେଡି ତଡକା ଦର୍ଶନଙ୍କୁ ଦେଇଛି ସମ୍ପୂର୍ଣ ନୂଆ ଅନୁଭୂତି।

ଦର୍ଶକଙ୍କୁ ଧନ୍ୟବାଦ ଜଣାଇ ଆଗକୁ ଏହି ଡାନ୍ସ ରିଆଲିଟି ଶୋରେ ଅଛି ଆହୁରି ଦମଦାର ଓ ରୋମାଞ୍ଚକର ଡାନ୍ସ ସବୁ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ। ଏହି ସଫଳତା ଆମ ଦର୍ଶକଙ୍କ ଭଲପାଇବା ଓ କଳାତ୍ମକ ସମ୍ପର୍କର ପ୍ରମାଣ ଦେଇଛି। ଆଗକୁ ଏହି ଶୋ ଆମ ଦର୍ଶକଙ୍କୁ ଆଶ୍ଚର୍ଯ କରିବା ପରି ପ୍ରତିଭାପୂର୍ଣ ଡାନ୍ସ ଆଣିବ ବୋଲି ସେ କହିଛନ୍ତି।

ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026
Latest News

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.