Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୪୦୦ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ଵର: ଓଡିଶାର ଘରେ ଘରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ସମୟର ଅଗ୍ରଗତି ସହ କାହାଣୀର ଗତି ମଧ୍ୟ ଆଗକୁ ବଢି ଚାଲିଛି। ଅନେକ ରୋଚକ ମୋଡ଼ ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇ ‘ତୁ ଖରା ମୁଁ ଛାଇ’ ୪୦୦ ଅଧ୍ୟାୟର ପୂର୍ଣ୍ଣ କରିଛି। ଆପଣଙ୍କର ଏହି ସହଯୋଗ ଓ ଭଲପାଇବା ଏହି ମେଗା ଧାରାବାହିକାକୁ ଆଗକୁ ନେବାକୁ ଆମକୁ ପ୍ରେରଣା ଯୋଗାଇଆସୁଛି।

ଜଣେ ଅଜଣା ଝିଅ, ମୟୁରୀ ହୋଇ ମାନିନୀକୁ ମାରିବାକୁ ଚେଷ୍ଟା କରିଛି, ସେପଟେ ମାନିନୀ ତାର ସବୁପ୍ରକାରର ଚେଷ୍ଟା ଜାରି ରଖିଛି କିପରି ଏଜେ ଓ ତା’ ପରିବାର ଖୁସିରେ ରହିବେ। ଏପରିକି ସେ ଏଜେ କୁ ମୟୁରୀ ସହ ଏକ ଡେଟରେ ପଠାଇବାକୁ ଯୋଜନା କରିଛି କିନ୍ତୁ ମୟୁରୀ ମନା କରିଛି ଯିବା ପାଇଁ ଯାହା ଏଜେ କୁ ବହୁତ ଦୁଃଖ ଦେଇଛି। ମାନିନୀ ଏଜେ କୁ ବୁଝାଇଛନ୍ତି ଓ ସରସ୍ଵତୀଙ୍କ ଆଭ୍ୟନ୍ତରୀଣ ବିରୋଧ ସତ୍ବେ ଦୁଇ ଜଣ ଏକ ସାଙ୍ଗରେ ରାତ୍ରି ଭୋଜନ କରନ୍ତି ଓ ସ୍ବାମୀଙ୍କ ପାଇଁ ଏକ ବିଶେଷ ପୂଜା କରିବା ମଧ୍ୟରେ ବିଭିନ୍ନ ରୋଚକ ଘଟଣା ସବୁ ମଧ୍ୟ ଘଟିଛି। ମୟୁରୀ ଏହା ଦେଖିଲା ପରେ ମାନିନୀ ଓ ଏଜେଙ୍କ ମଧ୍ୟରେ କିପରି ଦୂରତା ସୃଷ୍ଟି କରିବା ତାହାପାଇଁ ଚକ୍ରାନ୍ତ କରେ। କିପରି ମୟୂରୀର ଏହି ଚକ୍ରାନ୍ତଙ୍କୁ ସମସ୍ତଙ୍କ ସାମନାରେ ମାନିନୀ ପର୍ଦାଫାଶ କରିବା ସହ ଏଜେ ଓ ତାର ପରିବାକୁ ଖୁସିରେ ରଖିବ ତାହା କାହାଣୀକୁ ଏକ ରୋଚକ ମୋଡରେ ପହଚାଂଇବ।

ଅକ୍ଷୟ ପରିଜା ଓ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ଓ ମୟୂରୀ ଚରିତ୍ର ରେ ଥିବା ଅନନ୍ୟା ଶର୍ମା ନିଜର ଅଭିନୟର ଯାଦୁରେ ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସ୍ମୃତିରେଖା ଓ ରଞ୍ଜନଙ୍କ ସହ ସୌମ୍ୟା କାନୁନଗୋ, ସନ୍ଧ୍ୟାରଣୀ ବେହେରା, ପ୍ରୀତି ଓ ରାକେଶ ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି। ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଆଦୃତି। ‘ତୁ ଖରା ମୁଁ ଛାଇ’ କୁ ମଧ୍ୟ ଓଡ଼ିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର

ଓଡିଆ ଚ୍ୟାନେଲ ‘କନକ ନ୍ୟୁଜ’ ରେ ନିଯୁକ୍ତ ହେଲେ ନୂଆ ଏଡିଟର

ଭୁବନେଶ୍ବର: ଓଡିଶାର ଦ୍ବିତୀୟ ନମ୍ବରରେ ଥିବା ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ନୂଆ ସଂପାଦକ ବା ଏଡିଟର ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ତନୟା ପଟ୍ଟନାୟକ। ଆଜି ସମ୍ବାଦ ଗ୍ରୁପ ତରଫରୁ ଏହି ଘୋଷଣା କରାଯାଇଛି। ତନୟା ବର୍ତ୍ତମାନ ସମ୍ବାଦ ଗ୍ରପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି।ଏଥିସହିତ ସେ ନିକଟରେ ଦୈନିକ ଖବରକାଗଜ ସମ୍ବାଦ ର ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ତନୟା ପଟ୍ଟନାୟକ ଦୀର୍ଘ ବର୍ଷ ଧରି ତାଙ୍କ ବାପା ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଏହି କଂପାନୀରେ ମୁଖ୍ୟ ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ସୌମ୍ୟରଂଜନ ସମ୍ବାଦ ଗ୍ରପରୁ ଇସ୍ତଫା ଦେବା ପରେ ତାଙ୍କ ଝିଅ ହିସାବରେ ତନୟା ସମସ୍ତ ଦାୟିତ୍ବ ବୁଝାବୁଝି କରୁଛନ୍ତି। ତାଙ୍କ ନେତୃତ୍ବରେ କନକ ନ୍ୟୁଜ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅକ୍ଟୋବର ୩୧ରେ ପ୍ରସାରିତ ହେବ ‘ଦିଦି ନମ୍ବର -୧’ ର ୫୦୦ ତମ ଏପିସୋଡ

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି। ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀ ମାନେ ସୋ ମଧ୍ୟରେ କହିଛନ୍ତି।

ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଆରମ୍ଭ ହୋଇଥିଲା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଛନ୍ତି, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି। ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଥିଲା ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛ ରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା। ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ଜିତି ନିଜ ଘରକୁ ନେଇଛନ୍ତି।

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ବହୁତ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦର୍ଶକଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ନିଜର ଅଭିନୟର ର ଯାଦୁରେ ଓଡିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି।

ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ମାନିନୀ ଏକ ନଟଖଟି ଚରିତ୍ର ଟିଏ, ଯିଏ ସବୁ କାମ ବିଗାଡ଼ି ଦିଏ ହେଲେ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଆଉ ହସେଇବାକୁ ତାକୁ ବହୁତ ପସନ୍ଦ। ତେଣୁ କରି ସେ କୁହେ ‘ବି ହ୍ଯାପି, ନୋ ବିପି’। ଅଭିନୟ ଦୁନିଆରେ ନିଜକୁ ଏକ ସଫଳ ଅଭିନେତ୍ରୀ ଭାବେ ଦେଖିବା ତା ସ୍ବପ୍ନ ,ଆଉ ଏଜେ ଜଣେ ପରଫେସ୍କନିଷ୍ଟ ଯାହାକୁ ସବୁ ଜିନିଷ ପର୍ଫେକ୍ଟ ଦରକାର। ସେ ଜଣେ ସଫଳ ବ୍ୟବସାୟୀ ଓ ନିଜ କାମ ଠିକରେ ସାରିବା ତାଙ୍କ ଲକ୍ଷ୍ୟ।

କାହାଣୀରେ ଆସିଛି ନୂଆ ଏକ ମୋଡ଼, ଶାଶୁ ହିସାବରେ ନିଜକୁ ଏଜେ ଆଗରେ ପର୍ଫେକ୍ଟ କରିବା ପାଇଁ ଯାଇ ୩ ବୋହୁଙ୍କ ବିଛା ଯାଇଥିବା ଜାଲରେ ପଡୁଛି ମାନିନୀ। ଘରର ସବୁ ଦ୍ଵାୟିତ୍ଵ ପାଇଲା ପରେ ମାନିନୀ ନିଜକୁ ଏକ ଭଲ ବୋହୁ, ଶାଶୁମା ଓ ସ୍ତ୍ରୀ ହିସାବରେ ପ୍ରମାଣ କରିପାରିବ ତ ? କଣ ସତରେ କେବେ ଏକାଠି ହେଇପାରିବେ ଏଜେ ଓ ମାନିନୀ ? ଏମିତି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ସ୍ମୃତିରେଖା ଓ ରଞ୍ଜନଙ୍କ ଛଡ଼ା ସୌମ୍ୟା କାନୁନଗୋ, ଅରୁନ୍ଧତୀ ଦେବିକା, ସନ୍ଧ୍ୟାରଣୀ ବେହେରା, ଏମ ସୁମନ କୁମାର ଓ ପ୍ରିୟଙ୍କା ମହାପାତ୍ର ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି। ଏଥରବି ‘ତୁ ଖରା ମୁଁ ଛାଇ’ କୁ ଓଡିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକର ମେଗା ଧାରାବାହିକ ‘ସାଥିରେ’ ରେ ଆସିଲା ଉତ୍କଣ୍ଠାପୂର୍ଣ୍ଣ ମୋଡ

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’। ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି।

ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦ୍ଦେଶିତ ‘ସାଥିରେ’ କାହାଣୀରେ ଧାରା ହେଉଛି ଏକ ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ। ତାର ସ୍ବପ୍ନ ଥିଲା ଧାରା ଫ୍ୟାସନ ହାଉସ କରିବା। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ। କିନ୍ତୁ ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ।

ହେଲେ କାହାଣୀରେ ଆସିଛି ପରିବର୍ତନ ଓ ଅମ୍ବରର ମନ ଢଳିଛି ଧାରା ଆଡକୁ ହେଲେ ପ୍ରେମରେ ଥରେ ଧୋକା ଖାଇଥିବା ଅମ୍ବର ପାଇଁ ପୁଣି ସେଇ ରାସ୍ତାକୁ ଫେରିବାକୁ ଆଉ ସହଜ ହୋଇନି ଓ ସେଥିପାଇଁ ସେ ନେଇଛି ଏକ ଅଦ୍ଭୁତ ପଦକ୍ଷେପ ଓ ବାହା ହେବାକୁ ଯାଉଛି ଅନ୍ୟ ଏକ ଝିଅକୁ। ତେବେ କିଏ ସେହି ଝିଅ, ସତରେ କଣ ଅମ୍ବର ତାକୁ ବାହାହେବ, ତେବେ ଧାରାର କଣ ହେବ, କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା ଏହି ପରି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ଅନନ୍ୟା, ଅଭିଜିତଙ୍କ ଛଡା ଶେଲି ମିଶ୍ର ଓ ସ୍ନିଗ୍ଧା ମହାନ୍ତି ଏହି କାହାଣୀରେ ଗୋଟେ ଗୋଟେ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ‘ସାଥୀରେ’କୁ ଓଡିଆ ଦର୍ଶକ ଭଲପାଇବା ଦେଇଛନ୍ତି ଓ ଆଗକୁ ଏହି ପରି ଭଲ ପାଇବା ଦେବେ ବୋଲି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ଜାନୁୟାରୀ ୨ରୁ ଜୀ-ସାର୍ଥକର ନୂଆ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି ଆଉ ଏକ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’।

ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର, ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି।

ଏମାନଙ୍କ ଯୋଡି ବନିବ ତ ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ? ମାନିନୀ କଣ ଏତେ କମ ବୟସର ଶାଶୁ ହୋଇ ତିନିଟି ବୋହୂଙ୍କ ନେଇ ପରିବାର ସମ୍ଭାଳିବ ପାରିବ ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଏହି ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ତାରିଖ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ଦିପାବଳୀରେ ସୁନାର ବର୍ଷା’ ପ୍ରତିଯୋଗୀତାର ବିଜେତା ପାଇଲେ ସୁନା ମୁଦ୍ରା

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ଦୀପାବଳୀ ଅବସରରେ ଆୟୋଜିତ ‘ଦୀପାବଳୀରେ ସୁନାର ବର୍ଷା’ ପ୍ରତିଯୋଗୀତାର ବିଜେତାମାନଙ୍କୁ ସ୍ଥାନୀୟ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୧ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଗତସିଂହପୁରର ଚପଳା ସ୍ଵାଇଁ ୧୦ ଗ୍ରାମ ଓଜନର ସୁନା କଏନ୍ ପାଇ ଏହି କଣ୍ଟେଷ୍ଟର ମେଗା ବିଜୟିନୀ ହୋଇଛନ୍ତି।

ମନୋରଞ୍ଜନ ସହ ଏପରି ପ୍ରତିଯୋଗୀତାର ଆୟୋଜନ କରିବା ଦ୍ୱାରା ଜୀ-ସାର୍ଥକ ଦର୍ଶକମାନଙ୍କ ପାଇଁ ଏକ ନୂଆ ପ୍ଲାଟଫର୍ମ ସୃଷ୍ଟି କରିବା ସହ ଆହୁରି ଅଧିକ ଆଦୃତ ହୋଇଛି ଏବଂ ଦର୍ଶକଙ୍କ ମନ ଜିଣିଛି ବୋଲି ବିଜେତାମାନେ ମତବ୍ଯକ୍ତ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୀପାବଳୀ ଅବସରରେ ଗତ ଅକ୍ଟୋବର ୧୪ ରୁ ୨୩ ଯାଏଁ ସନ୍ଧ୍ୟା ୫ ରୁ ରାତି ୧୦ ମଧ୍ୟରେ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ଦିଦି ନମ୍ବର ୱାନ, ବିଜୟିନୀ, ଝିଲି, ସୁନା ଝିଅ ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସାରେଗାମାପା ସ୍ଵରର ମହାମଞ୍ଚ ଆଦି ଧାରାବାହିକ ସମୟରେ ପ୍ରଶ୍ନଗୁଡିକ ପଚରା ଯାଇଥିଲା।

ମନୋରଞ୍ଜନର ନୂଆ ନୂଆ ରୂପ ସହ ଆଗାମୀ ଦିନରେ ଜୀ-ସାର୍ଥକ ଏପରି ଆହୁରି ଅନେକ ପ୍ରତିଯୋଗିତା ନେଇ ଆସିବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।