Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ଦର୍ଶକଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼
ଆଜିର ଖବର

ଜୀ ସାର୍ଥକରେ ଦର୍ଶକଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ନିଜର ଅଭିନୟର ର ଯାଦୁରେ ଓଡିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି।

ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ମାନିନୀ ଏକ ନଟଖଟି ଚରିତ୍ର ଟିଏ, ଯିଏ ସବୁ କାମ ବିଗାଡ଼ି ଦିଏ ହେଲେ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଆଉ ହସେଇବାକୁ ତାକୁ ବହୁତ ପସନ୍ଦ। ତେଣୁ କରି ସେ କୁହେ ‘ବି ହ୍ଯାପି, ନୋ ବିପି’। ଅଭିନୟ ଦୁନିଆରେ ନିଜକୁ ଏକ ସଫଳ ଅଭିନେତ୍ରୀ ଭାବେ ଦେଖିବା ତା ସ୍ବପ୍ନ ,ଆଉ ଏଜେ ଜଣେ ପରଫେସ୍କନିଷ୍ଟ ଯାହାକୁ ସବୁ ଜିନିଷ ପର୍ଫେକ୍ଟ ଦରକାର। ସେ ଜଣେ ସଫଳ ବ୍ୟବସାୟୀ ଓ ନିଜ କାମ ଠିକରେ ସାରିବା ତାଙ୍କ ଲକ୍ଷ୍ୟ।

କାହାଣୀରେ ଆସିଛି ନୂଆ ଏକ ମୋଡ଼, ଶାଶୁ ହିସାବରେ ନିଜକୁ ଏଜେ ଆଗରେ ପର୍ଫେକ୍ଟ କରିବା ପାଇଁ ଯାଇ ୩ ବୋହୁଙ୍କ ବିଛା ଯାଇଥିବା ଜାଲରେ ପଡୁଛି ମାନିନୀ। ଘରର ସବୁ ଦ୍ଵାୟିତ୍ଵ ପାଇଲା ପରେ ମାନିନୀ ନିଜକୁ ଏକ ଭଲ ବୋହୁ, ଶାଶୁମା ଓ ସ୍ତ୍ରୀ ହିସାବରେ ପ୍ରମାଣ କରିପାରିବ ତ ? କଣ ସତରେ କେବେ ଏକାଠି ହେଇପାରିବେ ଏଜେ ଓ ମାନିନୀ ? ଏମିତି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ସ୍ମୃତିରେଖା ଓ ରଞ୍ଜନଙ୍କ ଛଡ଼ା ସୌମ୍ୟା କାନୁନଗୋ, ଅରୁନ୍ଧତୀ ଦେବିକା, ସନ୍ଧ୍ୟାରଣୀ ବେହେରା, ଏମ ସୁମନ କୁମାର ଓ ପ୍ରିୟଙ୍କା ମହାପାତ୍ର ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି। ଏଥରବି ‘ତୁ ଖରା ମୁଁ ଛାଇ’ କୁ ଓଡିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକ ତୁ ଖରା ମୁଁ ଛାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.