Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୪୦୦ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ଵର: ଓଡିଶାର ଘରେ ଘରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ସମୟର ଅଗ୍ରଗତି ସହ କାହାଣୀର ଗତି ମଧ୍ୟ ଆଗକୁ ବଢି ଚାଲିଛି। ଅନେକ ରୋଚକ ମୋଡ଼ ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇ ‘ତୁ ଖରା ମୁଁ ଛାଇ’ ୪୦୦ ଅଧ୍ୟାୟର ପୂର୍ଣ୍ଣ କରିଛି। ଆପଣଙ୍କର ଏହି ସହଯୋଗ ଓ ଭଲପାଇବା ଏହି ମେଗା ଧାରାବାହିକାକୁ ଆଗକୁ ନେବାକୁ ଆମକୁ ପ୍ରେରଣା ଯୋଗାଇଆସୁଛି।

ଜଣେ ଅଜଣା ଝିଅ, ମୟୁରୀ ହୋଇ ମାନିନୀକୁ ମାରିବାକୁ ଚେଷ୍ଟା କରିଛି, ସେପଟେ ମାନିନୀ ତାର ସବୁପ୍ରକାରର ଚେଷ୍ଟା ଜାରି ରଖିଛି କିପରି ଏଜେ ଓ ତା’ ପରିବାର ଖୁସିରେ ରହିବେ। ଏପରିକି ସେ ଏଜେ କୁ ମୟୁରୀ ସହ ଏକ ଡେଟରେ ପଠାଇବାକୁ ଯୋଜନା କରିଛି କିନ୍ତୁ ମୟୁରୀ ମନା କରିଛି ଯିବା ପାଇଁ ଯାହା ଏଜେ କୁ ବହୁତ ଦୁଃଖ ଦେଇଛି। ମାନିନୀ ଏଜେ କୁ ବୁଝାଇଛନ୍ତି ଓ ସରସ୍ଵତୀଙ୍କ ଆଭ୍ୟନ୍ତରୀଣ ବିରୋଧ ସତ୍ବେ ଦୁଇ ଜଣ ଏକ ସାଙ୍ଗରେ ରାତ୍ରି ଭୋଜନ କରନ୍ତି ଓ ସ୍ବାମୀଙ୍କ ପାଇଁ ଏକ ବିଶେଷ ପୂଜା କରିବା ମଧ୍ୟରେ ବିଭିନ୍ନ ରୋଚକ ଘଟଣା ସବୁ ମଧ୍ୟ ଘଟିଛି। ମୟୁରୀ ଏହା ଦେଖିଲା ପରେ ମାନିନୀ ଓ ଏଜେଙ୍କ ମଧ୍ୟରେ କିପରି ଦୂରତା ସୃଷ୍ଟି କରିବା ତାହାପାଇଁ ଚକ୍ରାନ୍ତ କରେ। କିପରି ମୟୂରୀର ଏହି ଚକ୍ରାନ୍ତଙ୍କୁ ସମସ୍ତଙ୍କ ସାମନାରେ ମାନିନୀ ପର୍ଦାଫାଶ କରିବା ସହ ଏଜେ ଓ ତାର ପରିବାକୁ ଖୁସିରେ ରଖିବ ତାହା କାହାଣୀକୁ ଏକ ରୋଚକ ମୋଡରେ ପହଚାଂଇବ।

ଅକ୍ଷୟ ପରିଜା ଓ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ଓ ମୟୂରୀ ଚରିତ୍ର ରେ ଥିବା ଅନନ୍ୟା ଶର୍ମା ନିଜର ଅଭିନୟର ଯାଦୁରେ ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସ୍ମୃତିରେଖା ଓ ରଞ୍ଜନଙ୍କ ସହ ସୌମ୍ୟା କାନୁନଗୋ, ସନ୍ଧ୍ୟାରଣୀ ବେହେରା, ପ୍ରୀତି ଓ ରାକେଶ ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି। ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଆଦୃତି। ‘ତୁ ଖରା ମୁଁ ଛାଇ’ କୁ ମଧ୍ୟ ଓଡ଼ିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୩୦୦ ଅଧ୍ୟାୟରେ ଏବେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’  

ନୂଆଦିଲ୍ଲୀ: ଜୀ-ସାର୍ଥକ ଓଡିଶାରେ ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି କେବଳ ଦର୍ଶକଙ୍କୁ ସର୍ବଦା ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ପାଇଁ। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ଜୀ-ସାର୍ଥକ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ଦର୍ଶକଙ୍କ ମନ ଜିତିବା ସହ ସଫଳତାର ସହ ୩୦୦ ଅଧ୍ୟାୟରେ ପହଞ୍ଚି ସାରିଛି।

ବିଭିନ୍ନ ଅପ୍ରତ୍ୟାଶିତ ମୋଡ ଦେଇ କାହାଣୀ ଗତି କରୁଥିବା ବେଳେ କାହାଣୀର ମୁଖ୍ୟ ନାୟକ, ଏଜେ ସମୟକ୍ରମେ ଜେଲରେ ପହଞ୍ଚିଛି ଓ ଅମ୍ବିକା ଦ୍ବାରା ପ୍ରରୋଚିତ ହୋଇ କାହାଣୀର ମୁଖ୍ୟ ନାୟିକା, ମାନିନୀକୁ ଦୋଷୀ ଭାବିଛି ଓ ପ୍ରତିଶୋଧ ନେବାକୁ ମନ କରିଛି। ସେପଟେ ମାନିନୀ ମନେ ମନେ ଭଲ ପାଇ ବସିଛି ଏଜେକୁ ଓ ପ୍ରପୋଜ କରିବା ଦିନ ହିଁ ଏଜେ ମାନିନୀକୁ ବହୁତ ଅପମାନ ଦେଇଛି ଓ ଘରୁ ଚାଲିଯିବା ପାଇଁ କହିଛି ଏପରିକି ତିନି ବୋହୁ ଅମ୍ବିକା, ଲକ୍ଷ୍ମୀ ଓ ସରସ୍ବତୀ ମିଶି ମାନିନୀକୁ ହଇରାଣ କରିଛନ୍ତି । ମାନିନୀ ମଧ୍ୟ ନିଜକୁ ଦୋଷୀ ଭାବି ସେଠାରୁ ପଳେଇଛି ହେଲେ କାହାଣୀରେ ପୁଣି ଆସିଛି ଆଉ ଏକ ଅପ୍ରତ୍ୟାଶିତ ମୋଡ । ଘର ଛାଡିବା ପୂର୍ବରୁ ମାନିନୀ ଏଜେ ପାଇଁ ଲେଖିଥିବା ଚିଠିଟି ମିଳିଛି ଶାଶୁ ସୁହାସିନୀଙ୍କୁ ସେ ମାନିନୀକୁ ସତ ବୁଝାଇ ଘରକୁ ଫେରାଇ ଆଣିଛନ୍ତି ହେଲେ ଏଥର ଫେରିଥିବା ମାନିନୀ ପରିବର୍ତ୍ତନ ହୋଇଛି ମାନିନୀ ୨.୦ ରେ ଯିଏ ନିଜେ ନ କାନ୍ଦି ଅନ୍ୟକୁ କନ୍ଦେଇବା ଶିଖିଛି ଓ ନିଜ ସ୍ଵାମୀକୁ ଫେରି ପାଇବା ପାଇଁ ସବୁ କିଛି କରିବାକୁ ଚେଷ୍ଟା କରୁଛି । ତେବେ କଣ ହେବ ଆଗକୁ ମାନିନୀ କଣ ପ୍ରତିଶୋଧ ନେଇପାରିବ ? ପୁଣି ନିଜ ସ୍ବାମୀ ଏଜେକୁ ଫେରି ପାଇବ ? କଣ ହେବ କାହାଣୀରେ ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିଛି ‘ତୁ ଖରା ମୁଁ ଛାଇ’ ।

ଜୀ-ସାର୍ଥକର ସଦା ସର୍ବଦା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଓଡିଆ ଘରର କାହାଣୀକୁ ନେଇ ରାଜ୍ୟର ଦର୍ଶକଙ୍କ ମନୋରଞ୍ଜନ କରିଆସିଛି ଯେଉଁଥିପାଇଁ ଆପଣ ମାନେ ଏହି ଚ୍ଯାନେଲ କୁ ସବୁବେଳେ ଏକ ନମ୍ବର ଚ୍ଯାନେଲ କରି ରଖିଛନ୍ତି । ଆଗକୁ ମଧ୍ୟ ଏହି ମେଗା ଧାରାବାହିକରେ ଆହୁରି ନୂଆ ନୂଆ ଅପ୍ରତ୍ୟାଶିତ ମୋଡ ଆସିବ ଯାହା ନିଶ୍ଚିତ ଭାବରେ ଆମ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଜୀ-ସାର୍ଥକ ଚିଫ୍ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ଘରେ ପହଁଚିଲେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ 

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି।

ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ପହଞ୍ଚିବେ ସସ୍ମିତାଙ୍କ ଘରେ ଓ ତାଙ୍କୁ ପୁରସ୍କୃତ କରିବେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ-ସାର୍ଥକର ଏହି ପରି ଚେଷ୍ଟା ଜାରିରହିବ ଓ ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ

ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ। ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦର୍ଶକଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ନିଜର ଅଭିନୟର ର ଯାଦୁରେ ଓଡିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି।

ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ମାନିନୀ ଏକ ନଟଖଟି ଚରିତ୍ର ଟିଏ, ଯିଏ ସବୁ କାମ ବିଗାଡ଼ି ଦିଏ ହେଲେ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଆଉ ହସେଇବାକୁ ତାକୁ ବହୁତ ପସନ୍ଦ। ତେଣୁ କରି ସେ କୁହେ ‘ବି ହ୍ଯାପି, ନୋ ବିପି’। ଅଭିନୟ ଦୁନିଆରେ ନିଜକୁ ଏକ ସଫଳ ଅଭିନେତ୍ରୀ ଭାବେ ଦେଖିବା ତା ସ୍ବପ୍ନ ,ଆଉ ଏଜେ ଜଣେ ପରଫେସ୍କନିଷ୍ଟ ଯାହାକୁ ସବୁ ଜିନିଷ ପର୍ଫେକ୍ଟ ଦରକାର। ସେ ଜଣେ ସଫଳ ବ୍ୟବସାୟୀ ଓ ନିଜ କାମ ଠିକରେ ସାରିବା ତାଙ୍କ ଲକ୍ଷ୍ୟ।

କାହାଣୀରେ ଆସିଛି ନୂଆ ଏକ ମୋଡ଼, ଶାଶୁ ହିସାବରେ ନିଜକୁ ଏଜେ ଆଗରେ ପର୍ଫେକ୍ଟ କରିବା ପାଇଁ ଯାଇ ୩ ବୋହୁଙ୍କ ବିଛା ଯାଇଥିବା ଜାଲରେ ପଡୁଛି ମାନିନୀ। ଘରର ସବୁ ଦ୍ଵାୟିତ୍ଵ ପାଇଲା ପରେ ମାନିନୀ ନିଜକୁ ଏକ ଭଲ ବୋହୁ, ଶାଶୁମା ଓ ସ୍ତ୍ରୀ ହିସାବରେ ପ୍ରମାଣ କରିପାରିବ ତ ? କଣ ସତରେ କେବେ ଏକାଠି ହେଇପାରିବେ ଏଜେ ଓ ମାନିନୀ ? ଏମିତି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ସ୍ମୃତିରେଖା ଓ ରଞ୍ଜନଙ୍କ ଛଡ଼ା ସୌମ୍ୟା କାନୁନଗୋ, ଅରୁନ୍ଧତୀ ଦେବିକା, ସନ୍ଧ୍ୟାରଣୀ ବେହେରା, ଏମ ସୁମନ କୁମାର ଓ ପ୍ରିୟଙ୍କା ମହାପାତ୍ର ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି। ଏଥରବି ‘ତୁ ଖରା ମୁଁ ଛାଇ’ କୁ ଓଡିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ଜାନୁୟାରୀ ୨ରୁ ଜୀ-ସାର୍ଥକର ନୂଆ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି ଆଉ ଏକ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’।

ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର, ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି।

ଏମାନଙ୍କ ଯୋଡି ବନିବ ତ ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ? ମାନିନୀ କଣ ଏତେ କମ ବୟସର ଶାଶୁ ହୋଇ ତିନିଟି ବୋହୂଙ୍କ ନେଇ ପରିବାର ସମ୍ଭାଳିବ ପାରିବ ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଏହି ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ତାରିଖ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।