୪୦୦ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

Published: Apr 9, 2024, 8:32 am IST

ଭୁବନେଶ୍ଵର: ଓଡିଶାର ଘରେ ଘରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ସମୟର ଅଗ୍ରଗତି ସହ କାହାଣୀର ଗତି ମଧ୍ୟ ଆଗକୁ ବଢି ଚାଲିଛି। ଅନେକ ରୋଚକ ମୋଡ଼ ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇ ‘ତୁ ଖରା ମୁଁ ଛାଇ’ ୪୦୦ ଅଧ୍ୟାୟର ପୂର୍ଣ୍ଣ କରିଛି। ଆପଣଙ୍କର ଏହି ସହଯୋଗ ଓ ଭଲପାଇବା ଏହି ମେଗା ଧାରାବାହିକାକୁ ଆଗକୁ ନେବାକୁ ଆମକୁ ପ୍ରେରଣା ଯୋଗାଇଆସୁଛି।

ଜଣେ ଅଜଣା ଝିଅ, ମୟୁରୀ ହୋଇ ମାନିନୀକୁ ମାରିବାକୁ ଚେଷ୍ଟା କରିଛି, ସେପଟେ ମାନିନୀ ତାର ସବୁପ୍ରକାରର ଚେଷ୍ଟା ଜାରି ରଖିଛି କିପରି ଏଜେ ଓ ତା’ ପରିବାର ଖୁସିରେ ରହିବେ। ଏପରିକି ସେ ଏଜେ କୁ ମୟୁରୀ ସହ ଏକ ଡେଟରେ ପଠାଇବାକୁ ଯୋଜନା କରିଛି କିନ୍ତୁ ମୟୁରୀ ମନା କରିଛି ଯିବା ପାଇଁ ଯାହା ଏଜେ କୁ ବହୁତ ଦୁଃଖ ଦେଇଛି। ମାନିନୀ ଏଜେ କୁ ବୁଝାଇଛନ୍ତି ଓ ସରସ୍ଵତୀଙ୍କ ଆଭ୍ୟନ୍ତରୀଣ ବିରୋଧ ସତ୍ବେ ଦୁଇ ଜଣ ଏକ ସାଙ୍ଗରେ ରାତ୍ରି ଭୋଜନ କରନ୍ତି ଓ ସ୍ବାମୀଙ୍କ ପାଇଁ ଏକ ବିଶେଷ ପୂଜା କରିବା ମଧ୍ୟରେ ବିଭିନ୍ନ ରୋଚକ ଘଟଣା ସବୁ ମଧ୍ୟ ଘଟିଛି। ମୟୁରୀ ଏହା ଦେଖିଲା ପରେ ମାନିନୀ ଓ ଏଜେଙ୍କ ମଧ୍ୟରେ କିପରି ଦୂରତା ସୃଷ୍ଟି କରିବା ତାହାପାଇଁ ଚକ୍ରାନ୍ତ କରେ। କିପରି ମୟୂରୀର ଏହି ଚକ୍ରାନ୍ତଙ୍କୁ ସମସ୍ତଙ୍କ ସାମନାରେ ମାନିନୀ ପର୍ଦାଫାଶ କରିବା ସହ ଏଜେ ଓ ତାର ପରିବାକୁ ଖୁସିରେ ରଖିବ ତାହା କାହାଣୀକୁ ଏକ ରୋଚକ ମୋଡରେ ପହଚାଂଇବ।

ଅକ୍ଷୟ ପରିଜା ଓ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ଓ ମୟୂରୀ ଚରିତ୍ର ରେ ଥିବା ଅନନ୍ୟା ଶର୍ମା ନିଜର ଅଭିନୟର ଯାଦୁରେ ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସ୍ମୃତିରେଖା ଓ ରଞ୍ଜନଙ୍କ ସହ ସୌମ୍ୟା କାନୁନଗୋ, ସନ୍ଧ୍ୟାରଣୀ ବେହେରା, ପ୍ରୀତି ଓ ରାକେଶ ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି। ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଆଦୃତି। ‘ତୁ ଖରା ମୁଁ ଛାଇ’ କୁ ମଧ୍ୟ ଓଡ଼ିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Related posts