କରୋନାଜନିତ ମୃତ୍ୟୁ ପାଇଁ ଦେଇହେବନି ୪ ଲକ୍ଷ: ଶେଷ ହୋଇଯିବ ଏସଡିଆରଏଫ ଟଙ୍କା, ସୁପ୍ରିମକୋର୍ଟରେ ଉତ୍ତର ରଖିଲା କେନ୍ଦ୍ର

Published: Jun 20, 2021, 11:21 am IST

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ରଖିଛି। କରୋନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛି।

ଆବେଦନକାରୀଙ୍କ କହିବା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ୨୦୧୫ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟୀ ଦ୍ଵାରା ଗାଇଡଲାଇନ ଜାରି କରାଯାଇ ବିପର୍ଯ୍ୟୟ ସମୟରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରାବଧାନ ଅଛି। ତେଣୁ ଏହି ଆଧାରରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବା ଉଚିତ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ଜଣାଇଥିଲେ।

ହେଲେ ଏହାର ଉତ୍ତର ରଖି କେନ୍ଦ୍ର ସରକାର କହିଛି ଯେ, ଏହି ନିୟମ କେବଳ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ। ଯଦି କରୋନାରେ ଏହି ଟଙ୍କା ଖର୍ଚ୍ଚ କରାଯିବ, ତେବେ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିର ସବୁ ଅର୍ଥ ଶେଷ ହୋଇଯିବ। ଫଳରେ ବିପର୍ଯ୍ୟୟ ସମୟରେ ଅର୍ଥର ଅଭାବ ଦେଖାଯିବ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅର୍ଥର ଆବଶ୍ୟକ ହେଉଛି ବୋଲି ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ଉତ୍ତର ରଖାଯାଇଛି।

Related posts