କାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ ଲକ୍ଷ୍ୟ: ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ

Published: Jun 20, 2021, 11:46 am IST

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ ହେବ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ଟୀକାକରଣ ହେବ। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ କମିଶନର ମାନଙ୍କକୁ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରର ନୂଆ ଟୀକା ନୀତି ଅନୁଯାୟୀ ରାଜ୍ୟରେ ଟୀକାକରଣ ହେବ। ଉଭୟ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳରେ ଟୀକାକରଣ ଆରମ୍ଭ ହେବ। ବ୍ଲକ ଏବଂ ଏନଏସିରେ ୫ ଟି ଲେଖାଏଁ ସେସନ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ପୌରପଶିଷଦ ପାଇଁ ୧୦ ଟି ଏବଂ ମହାନଗର ପାଇଁ ୨୦ ଟି ସେସନର ବ୍ୟବସ୍ଥା କରାଯିବ। ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଟୀକାକରଣ ହେବ। ସଠିକ ସମୟରେ ଦ୍ଵିତୀୟ ଡୋଜ ଟୀକା ଦେବାକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।

Related posts