Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ମତଦାନ ସମୟ ନେଇ ଇସିଙ୍କ ବିଜ୍ଞପ୍ତି
ଆଜିର ଖବର

ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ମତଦାନ ସମୟ ନେଇ ଇସିଙ୍କ ବିଜ୍ଞପ୍ତି

April 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
EC notifies schedule of voting hours
EC notifies schedule of voting hours

ପ୍ରଥମ ପର୍ଯ୍ୟାୟରେ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣର ସମୟ ସଂପର୍କରେ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୋଟ ଗ୍ରହଣ ସମୟ ଭିନ୍ନ ଭିନ୍ନ ରହିଛି। କିଛି ସ୍ଥାନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେଉଥିବାବେଳେ କିଛି ସ୍ଥାନରେ ଅପରାହ୍ଣ ୪ଟାରେ ଓ ଆଉ କେତେକ ସ୍ଥାନରେ ଅପରାହ୍ଣ ୩ଟାରେ ଶେଷ ହେବ। ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। କିନ୍ତୁ ଉତ୍ତରାଖଣ୍ଡରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ। ସେହିଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରୁ ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ୍‍, ସିକ୍କିମ୍‍ ଓ ତ୍ରିପୁରା ପଶ୍ଚିମରେ ମତଦାନ ଅପରାହ୍ଣ ୫ଟାରେ ଶେଷ ହେଉଥିବାବେଳେ ଆଉଟର୍‍ ମଣିପୁର, ନାଗାଲ୍ୟାଣ୍ଡ ଓ ମେଘାଳୟରେ ମତଦାନ ଅପରାହ୍ଣ ୪ଟାରେ ଶେଷ ହେବ। ଆସନ୍ତାକାଲି ଓଡ଼ିଶାରେ ୪ ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, ବ୍ରହ୍ମପୁର, କୋରାପୁଟ ଏବଂ ଏହାର ସଂଲଗ୍ନ ୨୮ ବିଧାନସଭାରେ ମତଦାନ ହେବାକୁ ଯାଉଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026
Latest News

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.