ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲଟ

Published: Jun 24, 2021, 12:00 pm IST

ଭୁବନେଶ୍ବର, ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଏଥିରେ ମାଟ୍ରିକ ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।

ଛାତ୍ରଛାତ୍ରୀମାନେ ଆସନ୍ତାକାଲି ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଏହି ରେଜଲଟ ଦେଖିପାରିବେ। ୱେବସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in ରେ ମଧ୍ୟ ଉପଲବ୍ଧ ହେବ । ଏଥିସହିତ ମୋବାଇଲ ଏସଏମଏସରେ ମଧ୍ୟ ଛାତ୍ରଚାତ୍ରୀମାନେ ରେଜଲଟ ଜାଣପାରିବେ।

ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ । ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରି ନାହିଁ। ହେଲେ ବୋର୍ଡ କର୍ତ୍ତୁପକ୍ଷ ଏକ ପରିମାପ ନିର୍ଦ୍ଧାରଣ କରି ଏହି ରେଜଲଟ ପ୍ରକାଶିତ କରିବେ।

Related posts