Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋକାନ ଖୋଲିବାକୁ ନେଇ ବାଣପୁର-ବାଲୁଗାଁର ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା କଲା ସ୍ଥାନୀୟ ପ୍ରଶାସନ
ଆଜିର ଖବର

ଦୋକାନ ଖୋଲିବାକୁ ନେଇ ବାଣପୁର-ବାଲୁଗାଁର ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା କଲା ସ୍ଥାନୀୟ ପ୍ରଶାସନ

July 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଂଶିକ ଲକଡ଼ାଉନକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ଗୁଡିକୁ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ଯାଏଁ ଖୋଲିବା ପାଇଁ ଅନୁମତି ମିଳିଛି। କିନ୍ତୁ ତାହା ପାଇଁ ସରକାର ଏସଓପି ମଧ୍ୟ ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସିର ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ପୃଥକ ପୃଥକ ଭାବେ ଦୁଇ ଗୋଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଦୋକାନ ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡଲାଇନର ବିସ୍ତୃତ ବିବରଣୀ ସମସ୍ତ ବ୍ୟବସାୟୀ ସଂଘର ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ନିଜ ନିଜ ଦୋକାନରେ ସାନିଟାଇଜର ରଖିବା, ମାସ୍କ ପରିଧାନ କରିବା, ଦୋକାନ ଆଗରେ ବୃତ୍ତ ଚିହ୍ନ ବୁଲାଇବା, ଭିଡ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ପରିମାଣର କର୍ମଚାରୀ ମୁତୟନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରି ଦୋକାନ ର କ୍ଷମତା ଅନୁଯାୟୀ ଗ୍ରାହକ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା, ଦୋକାନ ସମ୍ମୁଖରେ ‘ନୋ ମାସ୍କ ନୋ ଗୁଡ଼ସ୍’ ଭଳି ଫଳକ ଲଗାଇବା ଆଦିର ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା। ସମସ୍ତ ବ୍ୟବସାୟୀ ସଂଘର ପ୍ରତନିଧି ମାନେ ପ୍ରଶାସନର ଉକ୍ତ ପରାମର୍ଶକୁ ଗ୍ରହଣ କରିବା ସହ ସେଗୁଡିକୁ ଅନୁପାଳନ କରିବେ ବୋଲି ସ୍ଥାନୀୟ ପ୍ରଶାସନକୁ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ବାଣପୁରର ସମସ୍ତ ବ୍ୟବସାୟୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରାଇବା ପାଇଁ ବ୍ୟବସାୟୀ ମାନେ ବାଣପୁର ପ୍ରଶାସନକୁ ଅନୁରୋଧ କରିଥିଲେ। ଉଭୟ ଅଞ୍ଚଳର ସମସ୍ତ ଦୋକାନୀ ମାନେ ଦିନ ଦୁଇଟା ଭିତରେ ଦୋକାନ ବନ୍ଦ କରିବେ ଏବଂ ଯଦି କେହି ଏହାକୁ ଉଲଂଘନ କରି ଅଧିକ ସମୟ ଯାଏଁ ଦୋକାନ ଖୋଲା ରଖିବେ ତେବେ ପୋଲିସ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା।

ଉଭୟ ବୈଠକରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ଚିଲିକା ବିଡ଼ିଓ, ଚିଲିକା ଏବିଡ଼ିଓ, ଚିଲିକା ସିଡ଼ିପିଓ, ବାଲୁଗାଁ ମେଡିକାଲ ଅଧିକାରୀ, ବାଣପୁର ଆଇଆଇସି, ବାଲୁଗାଁ ଆଇଆଇସି, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଦି ଉପସ୍ଥିତ ଥିଲେ।

ବାଣପୁର-ବାଲୁଗାଁ ବ୍ୟବସାୟୀ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.