ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ୨୦ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ

Published: Apr 11, 2019, 3:42 pm IST

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଫିଲ୍ମ ଭବିଷ୍ୟେର ଭୂତ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ଅନିକ ଦତ୍ତ ଏବଂ ସିନେମା ହଲର ମାଲିକଙ୍କୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ପୀଠ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମାହଲ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ବିଧାନର ମୌଳିକ ଅଧିକାର ବାକ୍‍ ସ୍ୱାଧୀନତାର ଉଲ୍ଲଙ୍ଘନ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‍ସି ସରକାରଙ୍କୁ ସୁପ୍ରିମକୋର୍ଟ ନିନ୍ଦା କରିବା ସହ ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି। ’ଭବିଷ୍ୟେ ଭୂତ’ ଉପରେ ବିନା କୌଣସି କାରଣରେ ପ୍ରତିବନ୍ଧକ ଲଗାଯିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ଏହି ଫିଲ୍ମରେ ରାଜ୍ୟର ଶାସନରେ ଥିବା ତୃଣମୂଳ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଙ୍କୁ ସମାଲୋଚନା କରାଯାଇଥିଲା। ଏହି କାରଣରୁ ଫିଲ୍ମର ରିଲିଜ୍‌ ହେବାର ଗୋଟିଏ ଦିନ ପରେ ଏହି ଫିଲ୍ମର ପ୍ରଦର୍ଶନ ଉପରେ ରୋକ୍‌ ଲଗାଇ  ଫିଲ୍ମ ହଲ୍‌ରୁ ହଟେଇ ଦିଆଯାଇଥିଲା।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts