Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ
ଆଜିର ଖବର

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟିକ ପ୍ରକ୍ରିୟା
ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ଵର: ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୧୩୭(୨), ୧୦୩(୧), ୬୫(୨) ଏବଂ ୨୩୮(କ) ସହିତ ପକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। ମାତ୍ର ଏକ ବର୍ଷ ମଧ୍ୟରେ ଏହି ମାମଲାର ବିଚାର ପ୍ରକ୍ରିୟା ସମାପ୍ତ କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯିବା ଘଟଣା ପୋଲିସର ଦକ୍ଷତା ଓ ତ୍ୱରିତ ନ୍ୟାୟ ପ୍ରଦାନର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି।

ମାମଲାର ବିବରଣୀ ଅନୁଯାୟୀ, ଗତ ୨୦୨୫ ମାର୍ଚ୍ଚ ୧୩ ତାରିଖରେ ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଜ ଘର ସମ୍ମୁଖରେ ଖେଳୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଖୋଜାଖୋଜି କରାଯିବା ପରେ ମାର୍ଚ୍ଚ ୧୫ ତାରିଖରେ ନିକଟସ୍ଥ ଏକ ମହୁଲ ଗଛ ମୂଳରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ଇଣ୍ଡଷ୍ଟ୍ରିଆଲ ଥାନା ଆଇଆଇସି ଏବଂ ଡିଏସପି (IUCAW) ଯୋଗେଶ୍ୱରୀ ବେହେରାଙ୍କ ନେତୃତ୍ୱରେ ପୋଲିସ ଘଟଣାର ତୁରନ୍ତ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରିଥିଲା। ବୈଜ୍ଞାନିକ ଏବଂ ଫୋରେନସିକ୍ ପ୍ରମାଣ ସଂଗ୍ରହ, ଡିଏନଏ (DNA) ନମୁନା ପରୀକ୍ଷା ଏବଂ ସଠିକ ସମୟରେ ପୋଲିସର ଚାର୍ଜସିଟ୍ ଦାଖଲ ଯୋଗୁଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପୋଲିସ ସଫଳ ହୋଇପାରିଥିଲା।

ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ ନୀତି ଏବଂ ପ୍ରଶାସନିକ ସମନ୍ୱୟ ଯୋଗୁଁ ପୀଡ଼ିତାଙ୍କ ପରିବାରକୁ ଖୁବ୍ କମ ସମୟ ମଧ୍ୟରେ ନ୍ୟାୟ ମିଳିପାରିଛି।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଅନୁଗୋଳ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।

ଅନୁଗୋଳ ଜିଲ୍ଲା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଫାଶୀ ଦଣ୍ଡାଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026
Latest News

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.