Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୦ତାରିଖରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ
ଆଜିର ଖବର

ଆସନ୍ତା ୧୦ତାରିଖରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

July 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଆସନ୍ତା ୧୦ତାରିଖ ଶନିବାର ଦିନ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍, ଦେୟ ଜନିତ ବିବାଦ (ସାଲିସ୍ ବିହିନ ବିବାଦ)କୁ ବାଦ୍ ଦେଇ ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତରାୟ ବୈଧ ଓ ଚୂଡାନ୍ତ ଅଟେ।

କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ ପ୍ରାକ୍-ମୋକଦ୍ଦମା ସ୍ତରୀୟ କଚେରୀରେ ଦାୟର ହୋଇ ନଥିବା ,ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ(ସାଲିସ୍ ବିହିନ ବିବାଦକୁ ବାଦ୍ ଦେଇ),ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।

ଆସନ୍ତା ୧୦ ତାରିଖରେ ସପ୍ତାହାନ୍ତ ସଟଡାଉନ୍ ଥିଲେ ମଧ୍ୟ ଲୋକ ଅଦାଲତ ନିମନ୍ତେ କୋର୍ଟ ପରିସର ମଧ୍ୟକୁ ଆସିବାକୁ କୌଣସି ବାଧା ସୃଷ୍ଟି ହେବନାହିଁ। ଏହା ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026
Latest News

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଅପରିହାର୍ଯ୍ୟ ନହେଲେ ସୁନା କିଣନ୍ତୁ ନାହିଁ, ବିଦେଶ ଭ୍ରମଣରୁ ଦୂରେଇ ରୁହନ୍ତୁ: ପ୍ରଧାନମନ୍ତ୍ରୀ

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.