ଭୁଲଭୁଲେୟା ପାଇଁ ବିଦ୍ୟାଙ୍କ କ୍ଷୋଭ

Published: Apr 11, 2019, 5:02 pm IST

ଜାତୀୟ ଚଳଚିତ୍ର ପୁରସ୍କାର ଜିତିଥିବା ଅଭିନେତ୍ରୀ ବିଦ୍ୟା ବାଲାନ ଭୁଲଭୁଲେୟା ପାଇଁ କୌଣସି ପୁରସ୍କାର ପାଇବାକୁ ମନୋନୀତ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। କ୍ରିଟିକ୍‌ସ ଚଏସ୍‌ ଫିଲ୍ମ ଆଓ୍ବାର୍ଡର ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିବା ବେଳେ ଏହି ମତ ରଖିଛନ୍ତି ବିଦ୍ୟା ବାଲାନ। ଚଳଚିତ୍ରଟି ବକ୍ସ ଅଫିସ୍‌ରେ ସଫଳତା ହାସଲ କରିବା ସହିତ ୮୪ କୋଟିର ବ୍ୟବସାୟ କରିଥିଲା। ମାତ୍ର ଫିଲ୍ମର ଜଣେ ବି କଳାକାର କୌଣସି ଆଓ୍ବାର୍ଡ ଶୋରେ ପୁରସ୍କାର ଜିତିନଥିଲେ। ଫିଲ୍ମରେ ବିଦ୍ୟାଙ୍କର ଅବନୀ ଏବଂ ମଞ୍ଜୁଳିକା ଚରିତ୍ରକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ତଥାପି ଏହି ଚଳଚିତ୍ର ପାଇଁ କୌଣସି ପୁରସ୍କାର ନମିଳିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବିଦ୍ୟା କହିଥିଲେ। ନିଜର ୧୪ ବର୍ଷର କ୍ୟାରିୟର ମଧ୍ୟରେ ବିଦ୍ୟା ଜାତୀୟ ପୁରସ୍କାର ସହିତ ଅନେକ ପୁରସ୍କାର ଇତି ମଧ୍ୟରେ ହାସଲ କରି ସାରିଲେଣି। କ୍ରିଟିକ୍‌ସ ଚଏସ୍‌ ଫିଲ୍ମ ଆଓ୍ବାର୍ଡସ୍‌ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ।

Related posts