ଇଭିଏମ୍‌ରେ ତ୍ରୁଟି ଦର୍ଶାଇ ପୁଣିଥରେ ଭୋଟିଂ ପାଇଁ ଦାବି କଲେ ଚନ୍ଦ୍ରବାବୁ ନାଇଡୁ

Published: Apr 11, 2019, 5:40 pm IST

ଆଜି ସପ୍ତଦଶ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ମତଦାନ ଗ୍ରହଣ ହୋଇଛି । ୯୧ ଲୋକସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁ ନିର୍ବାଚନରେ ଅନିୟମିତତା ଦର୍ଶାଇ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରାଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୧୫୭ କେନ୍ଦ୍ରରେ ଇଭିଏମ୍‌ ଖରାପ ହୋଇଥିବାରୁ ଭୋଟର ନିରାଶ ହୋଇ ଫେରିଯାଇଥିଲେ ବୋଲି ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଦାବି କରିଛି। ତେଣୁ ଏହି ବୁଥ୍‌ଗୁଡିକରେ ପୁଣି ଭୋଟିଂ କରିବାକୁ ନିର୍ବାଚନ ଆୟୋଗ ଦାବି କରିଛି ଦଳ। ଆନ୍ଧ୍ରପ୍ରଦେଶରେ ୨୫ଟି ଲୋକ ସଭା ଓ ୧୭୫ ବିଧାନସଭା ଆସନ ପାଇଁ ନିର୍ବାଚନ ଜାରି ରହିଛି। ଇଭିଏମ୍‌ର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଥ୍‌ଗୁଡିକରେ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅମରାବତୀ ଉଡାବଲୀ ଗାଁ ନିକଟସ୍ଥ ଭୋଟ କେନ୍ଦ୍ରରେ ଚନ୍ଦ୍ରାବାବୁ ନାଇଡୁ ନିଜ ପରିବାର ସହ ମତଦାନ କରିଛନ୍ତି।

Related posts