
ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଆଜି କେନ୍ଦ୍ର ସରକାର ତାହାର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ସରକାର ବୃଦ୍ଧି କରିଛି। ମୋଟ ୧୧ ପ୍ରତିଶତର ଏକ ବମ୍ପର ବୃଦ୍ଧି କରିଛି କେନ୍ଦ୍ର ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା ଭତ୍ତା ବନ୍ଦ ଥିଲା। ଏହା ପରେ ଜୁଲାଇ ୧ ତାରିଖ ୨୦୨୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା।
ତେବେ ଜୁଲାଇ ୧ ତାରିଖରୁ ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଫଳରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଶ୍ଵସ୍ତିକର ଖବର ମିଳିଛି।