Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣ୍ଡିରେ ପଡିଛି ଧାନ, କମ ଦରରେ ଧାନ ଉଠାଣ କରିବାକୁ ବିଭାଗ ଓ ମିଲର୍ସଙ୍କ ଚକ୍ରାନ୍ତ
ଆଜିର ଖବର

ମଣ୍ଡିରେ ପଡିଛି ଧାନ, କମ ଦରରେ ଧାନ ଉଠାଣ କରିବାକୁ ବିଭାଗ ଓ ମିଲର୍ସଙ୍କ ଚକ୍ରାନ୍ତ

July 18, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ସମସ୍ତ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ଜଣାପଡିଛି। ଧର୍ମଗଡ ଉପଖଣ୍ଡରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଥିବା ହେତୁ ରବି ଧାନ ଉତ୍ପାଦନରେ ବ୍ୟାପକ ବୃଦ୍ଧି ହୋଇଥିବା କାରଣରୁ କଳାହାଣ୍ଡି ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛି। ତେବେ ଯୋଗାଣ ବିଭାଗର ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଯୋଗୁଁ ଚାଷୀମାନେ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡି ମାନଙ୍କରେ ସୁବିଧାରେ ବିକ୍ରି କରିପାରୁନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଧାନକିଣାସଂସ୍ଥା ପାକ୍ସ ପାଖରେ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା ରହିଥିଲେହେଁ ମଣ୍ଡିରୁ ଧାନ ଉଠାଣ ପାଇଁ ସର୍ବଦା ମିଲର୍ସଙ୍କ ଉପରେ ହିଁ ନିର୍ଭର କରୁଥିବା ଦେଖାଯାଇଥାଏ।

ଗତ ବନ୍ଦୋବସ୍ତ ପୂର୍ବରୁ ଥିବା ରେକର୍ଡ ଅନୁସାରେ ଅଣଜଳସେଚିତ ଥିବା ଜମି ଗୁଡିକ ପରବର୍ତି ପର୍ଯ୍ୟାୟରେ ଇନ୍ଦ୍ରାବତୀ କେନାଲ ଦ୍ୱାରା ଜଳସେଚନ ହେଉଥିଲେହେଁ ଚଳିତ ବନ୍ଦୋବସ୍ତରେ ପୂର୍ବଭଲି ଅଣଜଳସେଚିତ ହିଁ ଦର୍ଶାଯାଇଥିବା ହେତୁ ଅନେକ ଚାଷୀଙ୍କୁ ସେି ଜମିରୁ ଉତ୍ପାଦିତ ଧାନ ବିକିବା ପାଇଁ ପଂଜିକରଣରେ ବ୍ୟାପକ ଅସୁବିଧା ହୋଇଥିଲା। ଅନ୍ୟପକ୍ଷରେ ଟୋକନ ଇସ୍ୟୁ ହୋଇ ଧାନ ବିକିବା ପାଇଁ ପୂର୍ବରୁ ଏକମାସ ସମୟ ଦିଆଯାଉଥିବା ବେଳେ ଚଳିତ ରବି ଋତୁରେ ତାହା ସର୍ବାଧିକ ୧୫ ଦିନ ସମୟ ଦିଆଯାଇଥିବା ହେତୁ ବହୁ ଚାଷୀ ଧାନ ବିକିବାରେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ଚାଉଲ ସଂଗ୍ରହ ନୀତି ଅନୁସାରେ ମଣ୍ଡିକୁ ଧାନ ଆଣିବା ସହିତ ବସ୍ତା, ସୁତୁଲି ଠାରୁ ଆରମ୍ଭକରି ମଣ୍ଡି ପରିଚାଲନା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥା କରାଯାଇଥିଲେହେଁ ରାଜ୍ୟ ସରକାର ଯୋଗାଣ ବିଭାଗ ତରଫରୁ ମଣ୍ଡି ମାନଙ୍କରେ ସେସବୁର ବିନିଯୋଗ କରାଯାଉନଥିବା ଅଭିଯୋଗ ହେଉଛି। ମଣ୍ଡି ମାନଙ୍କରେ ଆବଶ୍ୟକୀୟ ଭିତିଭୂମି ଅଭାବ ହେତୁ ଧାନକିଣା ସଂସ୍ଥା ମାନେ ସଂଲଗ୍ନିତ କଷ୍ଟମ ମିଲର୍ସଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଥିବା ଦେଖାଯାଇଥାଏ।

ଏସବୁ ବ୍ୟତୀତ ମଣ୍ଡିମାନଙ୍କରେ ମିଲର୍ସ ମାନଙ୍କ ମର୍ଜୀରେ ଧାନ ଉଠାଣ ହେଉଥିବା କାରଣରୁ ଅସାଧୁ ମିଲର୍ସମାନେ ବିଭିନ୍ନ ଷଡଯନ୍ତ୍ର କରି ଚାଷୀଙ୍କ ଧାନ ଉଠାଣରେ ଅଯଥା ବିଲମ୍ବ କରି ଅଧିକ ପରିମାଣ ଧାନ ହରିଲୁଟ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। କାଗଜପତ୍ରରେ ଧାନକିଣାସଂସ୍ଥା ପାକ୍ସ/ଏସଏଚଜି ଚାଷୀଙ୍କ ଧାନ କିଣୁଥିବା ବେଳେ ବାସ୍ତବ ପକ୍ଷେ ମିଲର୍ସ ହିଁ ଧାନ କିଣିଥାଏ ଏବଂ ଏହାରି ସୁଯୋଗରେ ବ୍ୟାପକ ଭାବେ ଚାଷିଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଥାଏ।

ଚାଷୀ ପଂଜିକରଣରେ ବ୍ୟାପକ ଜାଲିଆତି କରାଯାଉଥିବା ବେଳେ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ମାନଙ୍କ ସହାୟତାରେ ଅସାଧୁ ମିଲର୍ସ-ପାକ୍ସ/ଏସଏଚଜି କର୍ମକର୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାପକ ଭାବେ ଫଲ୍ସ ଏଂଟ୍ରୀ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଗତ ୩୦.୦୬.୨୦୨୧ ଦିନ ମଣ୍ଡି ବନ୍ଦ ହେବାପରେ ମଧ୍ୟ ମଣ୍ଡି ମାନଙ୍କରେ ଅନେକ ଚାଷୀଙ୍କ ଧାନ ପଡିରହିଛି। ସେସବୁ କିପରି ଭାବେ ବିକ୍ରୀ କରାଯିବ ତାହା ସନ୍ଦେହଜନକ ମନେହୁଏ। ବିଗତ ଦୁଇ ବର୍ଷ ତଳେ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ଜନୈକ ଚାଷିଙ୍କ ରବିଋତୁର ଧାନକୁ ସେପଟେମ୍ବର ମାସରେ ଯୋଗାଣ ବିଭାଗ ତତ୍ୱାବଧାନରେ ବିକ୍ରୀ କରାଯାଇଥିଲା ଏବଂ ସେହି ଧାନ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ତାହାର ହିସାବ ଯେଗାଣ ବିଭାଗ ପାଖରେ ନାହିଁ।

ସେହିପରି ବିଗତ ବର୍ଷ ର ଖରିଫ ଓ ରବିରେ ମଣ୍ଡି ବନ୍ଦ ହେବାପରେ ମଧ୍ୟ ଅନେକ ଚାଷୀଙ୍କ ଧାନ କୁ ଯୋଗାଣ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇ କମ ମୂଲ୍ୟରେ ବିକ୍ରୀ କରାଯାଇଥିବାର ଚାଷୀ ମାନଙ୍କ ସୂତ୍ରରୁ ଜଣାପଡିଛି। ତେବେ ସେହି ଧାନ ସବୁ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ସେହି ଧାନ ବିକ୍ରୀର ମାର୍କେଟ ଫିଜ ଅସୁଲି କରାଗଲା କି ନାହିଁ ଇତ୍ୟାଦି ର ହିସାବ କିପରି ମିଳିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଇତିମଧ୍ୟରେ ଦାସିଗାଁ ଧାନମଣ୍ଡିର ଧାନ ସବୁକୁ ଦଲାଲ ମାଧ୍ୟମରେ କମ ମୂଲ୍ୟରେ କିଣାଯାଇ ଚାଲାଣ କରାଯାଉଥିବା ବେଳେ ତାହା ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଅଟକ ରଖାଯାଇଥିବା ଜଣାପଡିଥିଲା। ଅଦ୍ୟାବଧି ଅନେକ ଚାଷୀଙ୍କ ଟୋକନ ଲାପ୍ସ, ଟୋକନ ଆସିନଥିବା ଏବଂ ଚାଷିପଂଜିକରଣରେ ଅସୁବିଧା ହୋଇଥିବା ଚାଷୀଙ୍କ ଧାନ ସବୁ ମଣ୍ଡିରେ ପଡିରହିଥିବା ବେଳେ ତାହା ଯୋଗାଣ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ସେସବୁ ଧାନକୁ ଯେଣତେଣ ପ୍ରକାରେ ଉଠାଣ କରିଦେବାକୁ କିଛି ଅସାଧୁ ପଦାଧିକାରୀ ଓ ଅସାଧୁ ମିଲର୍ସ ମାନଙ୍କ ମଧୁଚନ୍ଦ୍ରିକା ହୋଇ କମ ମୂଲ୍ୟରେ ଧାନ ଉଠାଣ କରିଦେବାକୁ ଚକ୍ରାନ୍ତ କରୁଥିବା ଜଣାପଡିଛି।

ହେଲେ ବିଗତ ବର୍ଷ ମାନଙ୍କରେ ଏଭଲି ଭାବେ କମ ଦରରେ କିଣାଯାଇ ଧାନ ଉଠାଣ କରାଯାଇଥିବା ବେଳେ ସେସବୁର ହିସାବପତ୍ର ମିଳୁନଥିବା ବେଳେ ଚଳିତ ବର୍ଷ ହଜାର ହଜାର କ୍ୱିଂଟାଲ ଧାନ ବିନା କାଗଜାତରେ କମଦରରେ ଆପୋଷ ବୁଝାମଣା ମାଧ୍ୟମରେ କିଣାଯାଇ କିପରି ଭାବେ ହିସାବକୁ ଅଣାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏସବୁ କାରବାରରେ ଫଲ୍ସ ଏଂଟ୍ରୀ ହିଁ ଏକମାତ୍ର ରାସ୍ତା ଏବଂ ଗତବର୍ଷର କମଦରରେ କିଣାଯାଇଥିବା ଧାନକୁ ଚଳିତ ବର୍ଷ ଫଲ୍ସ ଏଂଟ୍ରୀ ମାଧ୍ୟମରେ କାଗଜାତ କରାଯାଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ। ଯୋଗାଣ ବିଭାଗ ସାମନାରେ ଏଭଲି ଏକ କୋଟୀ କୋଟୀ ଟଙ୍କାର ବାଟମାରଣା ଷଡଯନ୍ତ୍ର ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷି ମହଲରେ ଦାବୀ ହେଉଛି।

ଧାନ ଉଠାଣ ଧାନ ମଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.