Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି
ଆଜିର ଖବର

ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି

July 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପେଗାସସ୍ ସ୍ପାଇୱେୟାର୍ (ପେଗାସସ୍ ସ୍ପାଇୱେୟାର୍ କେସ୍) ମାଧ୍ୟମରେ ଗୁପ୍ତଚର ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ମାନେ କ୍ରମାଗତ ଭାବେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି କରି ରାଜ୍ୟସଭା ଏବଂ ଲୋକସଭା ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲେ। ବିରୋଧୀ ଗୁପ୍ତଚର ଦୁର୍ନୀତିର ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ କରି ଏହି ଘଟଣାର ତଦନ୍ତ ଦାବି କରିଛି।

ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ସ୍ଥାପନ କରି ପେଗାସସ୍ ସ୍ପାଇୱେୟାର୍ ବିବାଦର ତଦନ୍ତ କରାଯିବା ଉଚିତ୍। ଦେଶର ଗୁରୁତ୍ୱପୂର୍ଣ୍ଣ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ ସାମ୍ନାକୁ ଆସିଛି। ଏହି ବିବାଦରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଯେଉଁ ମହିଳା ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କର ମଧ୍ୟ ଫୋନ୍ ହ୍ୟାକ୍ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଏହି ବିବାଦ ପ୍ରଥମେ ଏପ୍ରିଲରେ ଆସିଥିଲା ଏବଂ ପରେ ନଭେମ୍ବରରେ ରାଫାଲ ଚୁକ୍ତିରେ ଏକ କ୍ଳିନ ଚିଟ୍ ଦିଆଯାଇଥିଲା। ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ଏହା ମଧ୍ୟ ଗୋପନୀୟତା ଉଲ୍ଲଂଘନ ମାମଲା। ଏହା ଏକ ସାଧାରଣ ମାମଲା ନୁହେଁ। ତେଣୁ କେବଳ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ଦ୍ଵାରା ଏହି ମାମଲାର ତଦନ୍ତ କରାଯିବା ଆବଶ୍ୟକ।

ପେଗାସସ୍ ଗୁପ୍ତଚର ମାମଲା ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026
Latest News

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.