
ପୁରୀ, ଆଜି ଶ୍ରୀଜିୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଏବଂ ବାହୁଡା ପରି ସୁନାବେଶ ମଧ୍ୟ ସେହି କଟକଣା ଭିତରେ ହେବ। ଏଥିପାଇଁ ସୋମବାରଠାରୁ ପୁରୀରେ କର୍ଫୁଲାଗୁ କରାଯାଇଛି। ଏହି କର୍ଫ୍ୟୁ ବୁଧବାର ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସୁନାବେଶ ସମୟ ନିର୍ଘଣ୍ଟ ଜାରୀ କରିଛନ୍ତି। ସେହି ଅନୁସାରେ
ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ
ମଇଲମ- ଅପରାହ୍ନ ୩ଟା ୩୦
ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ