Categories
ଆଞ୍ଚଳିକ ବ୍ୟବସାୟ

ବାଣପୁରରେ ଖୋଲିଲା ନୂଆ ସପିଂ ମଲ: ୯୯ ଟଙ୍କାରେ ମିଳିବ ଘରୋଇ ଉପକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ତହସିଲ ରୋଡରେ ଖୋଲିଛି ନୂଆ ସପିଙ୍ଗ ମଲ ବଜାର ୯୯। ତେବେ ଉକ୍ତ ସପିଙ୍ଗ ମଲର ନାମରେ ଏହାର ବିଶେଷତ୍ୱ ଲୁଚି ରହିଛି। ଏଠାରେ ବିଭିନ୍ନ ଘରୋଇ ଉପକରଣ ଏବଂ ଶିଶୁମାନଙ୍କ ଖେଳଣା ଉପଲବ୍ଧ ଯାହାର ମୂଲ୍ୟ ରହିଛି ମାତ୍ର ୯୯ ଟଙ୍କା। ଏଠାରେ ଉପଲବ୍ଧ ସମସ୍ତ ସାମଗ୍ରୀର ମୂଲ୍ୟ ୯୯ ଟଙ୍କା ରହିଛି।

ତେବେ ଆମର ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ପ୍ରକାର ଘରୋଇ ଉପକରଣ ଏଠାରେ ଗ୍ରାହକମାନଙ୍କୁ ମିଳିବ। ବିଭିନ୍ନ ଘର ସାଜସଜା ଜିନିଷ ସହ ଛୋଟ ଶିଶୁଙ୍କ ଖେଳଣା ମଧ୍ୟ ଏଠାରେ ଉପଲବ୍ଧ ଯାହାର ମୂଲ୍ୟ ରହିଛି କେବଳ ୯୯ ଟଙ୍କା। ସମ୍ପ୍ରତି ଯୁଗରେ ସମସ୍ତେ ବିଭିନ୍ନ ଅନଲାଇନ ୱେବସାଇଟରୁ ଘରୋଇ ଉପକରଣ ଶସ୍ତାରେ କିଣୁଥିବାବେଳେ ବଜାର ୯୯ରେ ଉକ୍ତ ସମସ୍ତ ଉପକରଣ ୯୯ ଟଙ୍କାରେ ଉପଲବ୍ଧ।

ଫଳରେ ଗରିବ ଠାରୁ ମଧ୍ୟବିତ୍ତ ସବୁ ବର୍ଗକୁ ଏହା ନିଶ୍ଚିତ ସୁହାଇବ ବୋଲି ୯୯ ବଜାର ସପିଙ୍ଗ ମଲ ମାଲିକ ତଥା ବାଣପୁର ଅଞ୍ଚଳର ସମାଜସେବୀ ଡ଼ା ଶକ୍ତିପ୍ରସାଦ ମହାନ୍ତି କହିଛନ୍ତି। ତେବେ ଆଜି ଉଦଘାଟନ ଦିବସରେ ଉକ୍ତ ସପିଙ୍ଗ ମଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଞ୍ଚଳିକ

ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ପାଇଁ ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।  ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି।

ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।  ରଥଯାତ୍ରା ପରି ବାହୁଡ଼ାଯାତ୍ରାରେ ମଧ୍ୟ ସ୍ଵେଚ୍ଛାସେବୀ ନିୟୋଜିତ ହେବେ ବୋଲି ନିଷ୍ପତି ନିଆଯାଇଛି।

ଅନୁରୂପ ଭାବେ ଶୃଙ୍ଖଳିତ ବାହୁଡ଼ାଯାତ୍ରାକୁ ଗୁରୁତ୍ୱ ଦେଇଛନ୍ତି ଆଇଆଇସି ଶ୍ରୀ ପରିଡ଼ା।  ପରିଶେଷରେ କାର୍ଯ୍ୟନିବାହି ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୋଡପିଠା ହେଉଛି ମହାପ୍ରଭୃ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ, ରଥଯାତ୍ରା ବେଳେ ହୁଏ ଲାଗି

ଭୁବନେଶ୍ବର: ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ ପିଠା। ଚାଉଳ ଜନ୍ତୁଣୀରୁ ପ୍ରସ୍ତୁତ ହୋଇଥାଏ ଏହି ପିଠା। ଯାହାକି ପ୍ରତିଟି ଓଡିଆ ଘରେ ଏହି ପୋଡପିଠାର ମହକ ଖେଳିହୋଇଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୋଡପିଠା ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ। ରଥଯାତ୍ରା ବେଳେ ଲାଗି ହୁଏ ଏହି ଭୋଗ।

ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପୋଡପିଠା ହେଉଛି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ, ରଥଯାତ୍ରା ବେଳେ ହୁଏ ଲାଗି

ଭୁବନେଶ୍ବର: ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ ପିଠା। ଚାଉଳ ଜନ୍ତୁଣୀରୁ ପ୍ରସ୍ତୁତ ହୋଇଥାଏ ଏହି ପିଠା। ଯାହାକି ପ୍ରତିଟି ଓଡିଆ ଘରେ ଏହି ପୋଡପିଠାର ମହକ ଖେଳିହୋଇଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୋଡପିଠା ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ। ରଥଯାତ୍ରା ବେଳେ ଲାଗି ହୁଏ ଏହି ଭୋଗ।

ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ତିନି ରଥରେ ଶେଷ ହେଲା ଅଧରପଣା ନୀତି, ମଙ୍ଗଳବାରରେ ନିଳାଦ୍ରୀବିଜେ

ପୁରୀ: ଆଜି ମହାସମାରୋହରେ ତିନି ରଥରେ ପାଳିତ ହୋଇଛି ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା। ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖିଥିଲେ। ଏହାକୁ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ।

ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ଆସନ୍ତାକାଲି ମଙ୍ଗଳବାରରେ ଶ୍ରୀଜିୟୁ ରତ୍ନ ସିଂହାସନକୁ ବିଜେ କରିବେ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଶ୍ରୀଜିୟୁଙ୍କର ସୁନାବେଶ, ସେହି କଟକଣା ଭିତରେ ବିରଳ ବେଶ ଧାରଣ କରିବେ ମହାପ୍ରଭୃ

ପୁରୀ, ଆଜି ଶ୍ରୀଜିୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଏବଂ ବାହୁଡା ପରି ସୁନାବେଶ ମଧ୍ୟ ସେହି  କଟକଣା ଭିତରେ ହେବ। ଏଥିପାଇଁ ସୋମବାରଠାରୁ ପୁରୀରେ କର୍ଫୁଲାଗୁ କରାଯାଇଛି। ଏହି କର୍ଫ୍ୟୁ ବୁଧବାର ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସୁନାବେଶ ସମୟ ନିର୍ଘଣ୍ଟ ଜାରୀ କରିଛନ୍ତି। ସେହି ଅନୁସାରେ

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ