କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ପ୍ରତିପକ୍ଷ କମ୍ପାନୀକୁ ବେଜୋସ୍‌ଙ୍କ ଆହ୍ବାନ

Published: Apr 12, 2019, 3:08 pm IST

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ଜେଫ୍‌ ବେଜୋସ୍‌ ପ୍ରତିପକ୍ଷ କମ୍ପାନୀ ମାନଙ୍କୁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ପତ୍ର ଲେଖିଛନ୍ତି । ବେଜୋସଙ୍କ ପତ୍ର ମୁତାବକ ନିଜର ପ୍ରତିଦ୍ବନ୍ଦୀ ମାନେ କର୍ମଚାରୀଙ୍କ କମ୍‌ ବେତନ ପ୍ରଦାନ କରୁଛନ୍ତି । ନିକଟରେ ଆମାଜନ୍‌ ଆମେରିକାରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାରକୁ ବୃଦ୍ଧି କରିଥିଲା । ଏହି ଅନ୍‌ଲାଇନ୍‌ ରିଟେଲର ପକ୍ଷରୁ ଚିଠିରେ ଲେଖାଯାଇଛି ଆପଣମାନେ କମର୍ଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାର କରନ୍ତୁ କିମ୍ବା ଅଧିକ ବଢାଇ ଆମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରନ୍ତୁ । ସୂଚନାଯୋଗ୍ୟ ଯେ, ବିଗତ ନଭେମ୍ବରରୁ ଆମାଜନ୍‌ ଏହାର କର୍ମଚାରୀଙ୍କ ପାଉଣା ବୃଦ୍ଧି କରିଛି । ବେଜୋସ୍‌ଙ୍କ ମନ୍ତବ୍ୟ ପରେ ଓ୍ବାଲମାର୍ଟ ପକ୍ଷରୁ ମନ୍ତବ୍ୟ ପ୍ରକାଶ ପାଇଛି ଯେ, ଆମାଜନ୍‌ ପ୍ରଥମେ ସରକାରଙ୍କୁ କର ଦେଉ ଏହାପରେ ଆମେ ପାଉଣା ବଢାଇବୁ । ଉଲ୍ଲେଖଯୋଗ୍ୟ ଯେ, ଆମାଜନ୍‌ ୨୦୧୮ ଆର୍ଥିକ ବର୍ଷରେ ଏକ ପଇସା କର ଦେଇନାହିଁ ଏବଂ ଏଥିରୁ କମ୍ପାନୀକୁ ୧୨୯ ମିଲିୟନ୍‌ ଡଲାରର ଫାଇଦା ହୋଇଛି ।

Related posts