ଜର୍ସିର ଟ୍ରେଲର ରିଲିଜ୍‌

Published: Apr 12, 2019, 4:08 pm IST

ତେଲୁଗୁ ଷ୍ଟାର ନାନିଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍‌ ହୋଇଛି । ଗତକାଲି ଫିଲ୍ମର ଟ୍ରେଲର ରିଲିଜ୍‌ ନେଇ ନାନି ଘୋଷଣା କରିବା ପରେ ଦର୍ଶକ ଉତ୍ସୁକତାର ସହିତ ଟ୍ରେଲରକୁ ଅପେକ୍ଷା କରିଥିଲେ । ଆଜି ଟ୍ରେଲର ରିଲିଜ୍‌ର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଟ୍ରେଲରଟିକୁ 1 ମିଲିୟନ୍‌ ଦର୍ଶକ ଦେଖିଥିଲେ । ଫିଲ୍ମଟି କ୍ରିକେଟ୍‌ ପୃଷ୍ଠଭୂମିରେ ଆଧାରିତ । ନାନି ଏବଂ ଶ୍ରଦ୍ଧା ଶ୍ରୀନାଥ ଅଭିନୀତ ଏହି ଫିଲ୍ମରେ ନାନି ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ ଯିଏକି କ୍ରିକେଟ ଛାଡି ସାରିଛନ୍ତି । ୩୬ ବର୍ଷ ବୟସରେ ପୁନର୍ବାର କ୍ରିକେଟ୍‌ ଖେଳିବାକୁ ଚାହୁଁଥିବା ଜଣେ ଖେଳାଳିର ଏହା କାହାଣୀ । ଟ୍ରେଲରରେ ନାନିଙ୍କୁ ଦୁଇ ପ୍ରକାରର ଚରିତ୍ରରେ ଦେଖିବାକୁ ମିଳିଛି । ପ୍ରଥମଟି ଜଣେ କ୍ରିକେଟରର ଏବଂ ଦ୍ବିତୀୟ ଚରିତ୍ର ହେଉଛି ଜଣେ ପିତା ଯିଏକି ନିଜ ସନ୍ତାନ ସାମ୍ନାରେ ନିଜର ସମ୍ମାନ ଫେରି ପାଇବା ପାଇଁ ପୁନର୍ବାର କ୍ରିକେଟ ଖେଳିବାର ନିଷ୍ପତ୍ତି ନେଉଛି । ଶ୍ରଦ୍ଧା ଶ୍ରୀନାଥ ହିରୋଇନ୍‌ ଚରିତ୍ରରେ ନଜର ଆସିଛନ୍ତି । ଶ୍ରଦ୍ଧାଙ୍କ ଚରିତ୍ର କାହାଣୀରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଚରିତ୍ର ରହିଛି । ବରିଷ୍ଠ ଅଭିନେତା ସତ୍ୟରାଜ ନାନିଙ୍କ କୋଚ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଗୌତମ ତିନ୍ନୁନୌରୀ ଏବଂ ଅନିରୁଦ୍ଧ ରବିଚନ୍ଦର ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଆସନ୍ତା ଏପ୍ରିଲ୍‌ ୧୯ରେ ରିଲିଜ୍‌ ହେବାକୁ ଯାଉଛି ।

Related posts