ପ୍ରଥମ ପର୍ଯ୍ୟାୟରେ ୭୩.୭୬% ମତଦାନ, ଚଳିତ ଥର ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ

Published: Apr 12, 2019, 3:08 pm IST

ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । କୋରାପୁଟ, ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଲୋକସଭା ଆସନ ପାଇଁ ଭୋଟ୍‌ଗ୍ରହଣ କରାଯାଇଛି ।  ପ୍ରଥମ ପର୍ଯ୍ୟାୟରେ ୭୩.୭୬% ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭୋଟ୍‌ ଦେଇଛନ୍ତି ।  ତେବେ ଆହୁରି ୧୦୦ଟି ବୁଥ୍‌ରେ ଭୋଟ୍‌ ଗଣନା ଚାଲିଛି । ସୂଚନାଯୋଗ୍ୟ ଯେ,  ମାଲକାନଗିରି ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ବୁଥ୍‌ରେ ସାନି ମତଦାନ ପାଇଁ ଇସିଆଇଙ୍କୁ ସୁପାରିସ କରାଯାଇଛି । ଗୋଟିଏ ବୁଥ୍‌ରେ ଇଭିଏମ୍‌ ମେସିନ ଫୋପାଡି ଦିଆଯାଇବା ଅଭିଯୋଗ ଆସିଥିବାବେଳେ ଅନ୍ୟ ଏକ ବୁଥ୍‌ରେ ପ୍ରିଜାଇଡି ଅଫିସରଙ୍କ ତ୍ରୁଟି ଥିବା ଅଭିଯୋଗ ଆସିଛି । ୨୦୧୯ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୭୩.୦୯% ପୁରୁଷ ଭୋଟର ଥିବାବେଳେ ୭୪.୪୩% ମହିଳା ଭୋଟର ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ବ୍ରହ୍ମପୁର-୫୬.୫୭% ମତଦାନ କରାଯାଇଥିବା ବେଳେ କଳାହାଣ୍ଡିରେ ୭୫.୮୨% ଭୋଟ୍ ଗ୍ରହଣ କରାଯାଇଛି। ସେହିପରି କୋରାପୁଟରେ ୭୪.୭୭% ଓ ନବରଙ୍ଗପୁର ୭୮.୮୯% ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

Related posts