Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ପର୍ଯ୍ୟାୟରେ ୭୩.୭୬% ମତଦାନ, ଚଳିତ ଥର ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ
ଆଜିର ଖବର

ପ୍ରଥମ ପର୍ଯ୍ୟାୟରେ ୭୩.୭୬% ମତଦାନ, ଚଳିତ ଥର ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । କୋରାପୁଟ, ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଲୋକସଭା ଆସନ ପାଇଁ ଭୋଟ୍‌ଗ୍ରହଣ କରାଯାଇଛି ।  ପ୍ରଥମ ପର୍ଯ୍ୟାୟରେ ୭୩.୭୬% ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭୋଟ୍‌ ଦେଇଛନ୍ତି ।  ତେବେ ଆହୁରି ୧୦୦ଟି ବୁଥ୍‌ରେ ଭୋଟ୍‌ ଗଣନା ଚାଲିଛି । ସୂଚନାଯୋଗ୍ୟ ଯେ,  ମାଲକାନଗିରି ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ବୁଥ୍‌ରେ ସାନି ମତଦାନ ପାଇଁ ଇସିଆଇଙ୍କୁ ସୁପାରିସ କରାଯାଇଛି । ଗୋଟିଏ ବୁଥ୍‌ରେ ଇଭିଏମ୍‌ ମେସିନ ଫୋପାଡି ଦିଆଯାଇବା ଅଭିଯୋଗ ଆସିଥିବାବେଳେ ଅନ୍ୟ ଏକ ବୁଥ୍‌ରେ ପ୍ରିଜାଇଡି ଅଫିସରଙ୍କ ତ୍ରୁଟି ଥିବା ଅଭିଯୋଗ ଆସିଛି । ୨୦୧୯ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୭୩.୦୯% ପୁରୁଷ ଭୋଟର ଥିବାବେଳେ ୭୪.୪୩% ମହିଳା ଭୋଟର ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ବ୍ରହ୍ମପୁର-୫୬.୫୭% ମତଦାନ କରାଯାଇଥିବା ବେଳେ କଳାହାଣ୍ଡିରେ ୭୫.୮୨% ଭୋଟ୍ ଗ୍ରହଣ କରାଯାଇଛି। ସେହିପରି କୋରାପୁଟରେ ୭୪.୭୭% ଓ ନବରଙ୍ଗପୁର ୭୮.୮୯% ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026
Latest News

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.