Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝରରେ ଶାହା : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ
ଆଜିର ଖବର

କେନ୍ଦୁଝରରେ ଶାହା : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ

April 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
PTI8_9_2014_000057B

ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବାବେଳେ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଏଥର ୫ଟି ଲୋକସଭା ଆସନ ଓ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନୀ ପ୍ରଚାର ପୂରା ଜୋର୍‌ସୋର୍‌ରେ ଚାଲିଛି । ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦୁଝର ଗସ୍ତରେ ଆସି ମେଡିକାଲ କଲେଜ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯ ବର୍ଷ ଧରି ଶାସନ କରିବା ସତ୍ତ୍ୱେ ଏଯାବତ ସେ ଭଲ ଭାବେ ଓଡ଼ିଆ ଭାଷା ଜାଣି ନ ଥିବା ନେଇ ଶାହ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। କେନ୍ଦୁଝରରେ ଡିଏମଏଫ ଫଣ୍ଡରେ ୧୬୦୦ କୋଟି ମିଳିଛି  । ମୋଦି ସରକାର ରେଳପଥ, ଜାତୀୟ ରାଜପଥ ଆଦିର ବିକାଶ ନେଇ କାର୍ଯ୍ୟ କରୁଥିବା ବେଳେ ଏଥର ସରକାରକୁ ଆସିଲେ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହାଛଡ଼ା କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ, କେନ୍ଦୁପତ୍ରରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼, ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ ବୋଲି ଶାହ କହିଛନ୍ତି। ଶାହ ବେରୋଜଗାରୀ, ପାନୀୟଜଳ ସମସ୍ୟା ବିଷୟରେ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଥରେ ନବୀନଙ୍କୁ କ୍ଷମତାରୁ ହଟାଇବା ପରେ ବାହାରକୁ କାମ କରିବାକୁ ଯିବାକୁ ପଡ଼ିବ ନାହିଁ। ୫ ବର୍ଷରେ ଓଡ଼ିଶା ନଂ-୧ ହେବ ବୋଲି ଶାହ କହିଛନ୍ତି। ରାଜ୍ୟରେ ଖଣି ଦୁର୍ନୀତି ହୋଇଛି । ସରକାରୀ ବାବୁ ଦୁର୍ନୀତି କରୁଛନ୍ତି । କିନ୍ତୁ ନବୀନ ଚୁପ । ଓଡିଶାରେ ବିପୁଳ ଖଣିଜ ସଂପଦ ରହିଛି କିନ୍ତୁ ରାଜ୍ୟବାସୀ ଗରିବ । ଚିଟଫଣ୍ଡ ଘୋଟାଲାରେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ନବୀନ କିଛି କରିନାହାନ୍ତି । ବିଜେପି ସରକାର ଆସିଲେ ଏମାନଙ୍କୁ ଜେଲ ପଠାଯିବ । ନବୀନ ସରକାରଙ୍କୁ ଉପାଡ଼ି ଫୋପାଡ଼ି ଦେବା ପାଇଁ ଆହ୍ବାନ କରିଛନ୍ତି ଶାହା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Latest News

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.