Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଟୀକାକେନ୍ଦ୍ରରେ ଅନିୟମିତତା ଅଭିଯୋଗ: ରାତି ୨ ରୁ ଆସି ଶୃଙ୍ଖଳରେ ଛିଡା ହେଉଥିବା ମହିଳାଙ୍କୁ ମିଳୁନି ଟୀକା
ଆଜିର ଖବର

ବାଣପୁର ଟୀକାକେନ୍ଦ୍ରରେ ଅନିୟମିତତା ଅଭିଯୋଗ: ରାତି ୨ ରୁ ଆସି ଶୃଙ୍ଖଳରେ ଛିଡା ହେଉଥିବା ମହିଳାଙ୍କୁ ମିଳୁନି ଟୀକା

July 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନାକୁ ହରାଇବାକୁ ହେଲେ ଟୀକାକାରଣ ଅପରିହାର୍ଯ୍ୟ। ରାଜ୍ୟ ସରକାର ଉକ୍ତ ସ୍ଲୋଗାନ ଦେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ଚିଲିକା ଆସିଲାବେଳକୁ କିନ୍ତୁ ଉକ୍ତ ସ୍ଲୋଗାନଟି ଦିଗହରା ହେଇଯାଉଛି। ଉକ୍ତ ନିର୍ବାଚନମଣ୍ଡଳୀରେ ଦୁଇ ଗୋଟି ବ୍ଲକ ଏବଂ ଦୁଇ ଗୋଟି ଏନଏସି ଅଛି। ଯାହାର ସମୁଦାୟ ଜନସଂଖ୍ୟା ପାଖାପାଖି ତିନି ଲକ୍ଷରୁ ଉର୍ଦ୍ଧ୍ଵ ହେବ।  ତେବେ ଜନସଂଖ୍ୟା ପରିମାଣରେ ଜିଲ୍ଲାରୁ ଆସୁଥିବା ଟୀକା ଖୁବ ନଗଣ୍ୟ। ସମ୍ମାନର ସହ ଟୀକା ନେବା ଜନସାଧାରଣଙ୍କ ମୌଳିକ ଅଧିକାର। ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ।

କିନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରତିଦିନ ଟୀକା କେନ୍ଦ୍ର ଗୁଡିକରେ ଅଭାବନୀୟ ଦୃଶ୍ୟ ନଜରକୁ ଆସୁଛି। ସରକାର ଯୁବ ବର୍ଗ ଯଥା ୧୮-୪୪ ବର୍ଷ ବର୍ଗ ନାଗରିକଙ୍କୁ ଟୀକାକରଣ ପାଇଁ ଯଥାସମ୍ଭବ ଅଭିନବ ଉପାୟ ଗୁଡ଼ିକ ଅବଲମ୍ବନ କରିଥିବା ବେଳେ ଯଥା ଅନଲାଇନ ସ୍ଲଟ ବୁକିଂ, ଟୀକା ଅନ ହୁଇଲ ଆଦି ସୁବିଧା କରିଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳୀର ଯୁବ ପିଢ଼ିମାନେ ରାତି ଦୁଇରୁ ବିଭିନ୍ନ ଟୀକା କେନ୍ଦ୍ର ସମ୍ମୁଖରେ ଭିଡ଼ ଲଗାଉଥିବା ଦେଖାଯାଉଛି। ଏଠି ନା ଅଛି ଅନଲାଇନ ସ୍ଲଟ ବୁକିଂ ନା ଅଛି ଟୀକା ଅନ ହୁଇଲ। ପ୍ରବଳ ଠେଲା ପେଲାରେ ନାଗରିକ ମାନେ ମଶା ବାଡେଇ ଟୀକାକେନ୍ଦ୍ର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଛିଡା ହେଲା ଭଳି ଦୃଶ୍ୟ ମନକୁ ଆନ୍ଦୋଳିତ କରୁଛି।

ଏପରିକି ଶହ ଶହ ମହିଳା ତଥା ଛାତ୍ରୀମାନେ ବି ଏଥିରୁ ବାଦ ପଡ଼ିନାହାନ୍ତି। ଆଜି ବାଣପୁର ପଲଟନ ପଡ଼ିଆ ସ୍ଥିତ କୃତିବାସ ଭବନ ଟୀକା କେନ୍ଦ୍ରରେ ଏହିପରି ଅଭାବନୀୟ ଘଟଣା ଘଟିଯାଇଛି। ଟୀକା କେନ୍ଦ୍ରରେ ଅନିୟମିତତାକୁ ନେଇ ପଲଟନ ପଡ଼ିଆ ମୁଖ୍ୟ ରାସ୍ତାକୁ କିଛି ସମୟ ଧରି ଅବରୋଧ କରିଥିଲେ ଶତାଧିକ ମହିଳା ମାନେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ରାତି ଦୁଇରୁ ଧାଡିରେ ଛିଡାହେବା ସତ୍ତ୍ୱେ ସେମାନଙ୍କୁ ଟୀକା ନ ଦିଆଯାଇ ସେମାନଙ୍କ ପଛରୁ ଆସିଥିବା ବ୍ୟକ୍ତିମାନେ ଟୀକା ନେବା ପାଇଁ ଟୋକନ ପାଉଛନ୍ତି। ବହୁ ଦୂର ଦୁରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ପ୍ରତିଦିନ ଟୀକା କେନ୍ଦ୍ରକୁ ଆସି ଘଣ୍ଟା ଘଣ୍ଟା ଛିଡ଼ାହୋଇ ଟୀକା ନ ନେଇ ଘରକୁ ଫେରିବା ବହୁତ କଷ୍ଟଦାୟକ ବୋଲି ମହିଳା ମାନେ କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ବୟାନ ଦେଇଥିଲେ। ତେବେ ବାଣପୁର ପୋଲିସର ହସ୍ତକ୍ଷେପ କ୍ରମେ ମହିଳା ମାନେ ଧାରଣାରୁ ଓହରିଥିଲେ।

ସ୍ଥାନୀୟ ପ୍ରଶାସନ କିଛି ଦିନ ତଳେ ପଞ୍ଚାୟତ ୱାରୀ ଟୀକାଦାନକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନାମାନ କରିଥିଲେ ସୁଦ୍ଧା ତାହା ଧୂଆଁବାଣ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ ବାଣପୁର ସହର ଅବା ଗ୍ରାମାଞ୍ଚଳରେ ନା ଅନଲାଇନ ଟୀକା ବୁକିଂ ବ୍ୟବସ୍ଥା ପ୍ରଣୟନ କରାଯାଇଛି ନା ପଞ୍ଚାୟତ ୱାରୀ ଟୀକା ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଚିଲିକାକୁ ଅଧିକ ପରିମାଣରେ ଟୀକା ଆସିପାରୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

ସେହିପରି ଭାବେ ଆଜି ବାଲୁଗାଁ ଏନଏସି ସ୍ଥିତ ରାମପୁର ପ୍ରାଥମିକ ବିଦ୍ୟାଳୟ ଟୀକା କେନ୍ଦ୍ରରେ ମଧ୍ୟ ଏହିପରି ଉତ୍ତେଜନା ପ୍ରକାଶ ପାଇଛି। ଗୋଟାଏ ପଟେ ଚିଲିକା ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାବେଳେ ଏଠାରୁ ପ୍ରତିଦିନ ଶହ ଶହ ଲୋକ ଗଞ୍ଜାମ ଜିଲ୍ଲାକୁ ଯାଇ ଟୀକା ନେଉଥିବା ଦେଖାଯାଉଛି। ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲା ବାସୀଙ୍କୁ ଉଚିତ ପରିମାଣରେ ଟୀକା ଯୋଗାଇପାରୁନାହିଁ କି ସଠିକ ଭାବେ ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରିପାରୁନାହିଁ। ଯଥାଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଦିଗରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

ଟୀକାକାରଣ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Latest News

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.