Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଶିକ୍ଷାନୀତିର ଏକବର୍ଷ ପୂର୍ତ୍ତି: ପ୍ରତି ଜିଲ୍ଲାରେ ପଛୁଆବର୍ଗଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ ଖୋଲିବାକୁ ଦାବି
ଆଜିର ଖବର

ନୂଆ ଶିକ୍ଷାନୀତିର ଏକବର୍ଷ ପୂର୍ତ୍ତି: ପ୍ରତି ଜିଲ୍ଲାରେ ପଛୁଆବର୍ଗଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ ଖୋଲିବାକୁ ଦାବି

July 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଦେଶ ଯେତେବେଳେ ନୂଆ ଶିକ୍ଷାନୀତିର ଏକବର୍ଷ ପୂର୍ତ୍ତି ପାଳନ କରୁଛି, ସେହି ଅବସରରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖାଯାଇ ଦେଶର ସମସ୍ତ ଜିଲ୍ଲା ସଦର ମହକୁମାରେ ଆବାସିକ ପ୍ରଶିକ୍ଷଣ କେନ୍ଦ୍ର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଦାବି କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲିଖିତ ଏହି ପତ୍ରରେ ଦର୍ଶାଯାଇଛି ଯେ, ଦେଶର ଅର୍ଦ୍ଧାଧିକ ଜନସାଧାରଣ ହେଉଛନ୍ତି ପଛୁଆବର୍ଗର। ଭାରତ ଭଳି ଏକ କୃଷିପ୍ରଧାନ ଦେଶରେ ପଛୁଆବର୍ଗ ସବୁବେଳେ ସମାଜକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ସେହି ଶ୍ରେଣୀ ହେଉଛି ଦେଶର ପ୍ରମୁଖ ଶ୍ରମିକଗୋଷ୍ଠୀ ଯିଏକି, ଚାଷା ହିସାବରେ ଖାଦ୍ୟ ଉତ୍ପାଦନ କରିଛି, ତନ୍ତୀ ହିସାବରେ ବସ୍ତ୍ର ଯୋଗାଇଛି, ବଢେଇ, କମାର ହିସାବରେ କୃଷି ଯନ୍ତ୍ରପାତି ଓ ଘରତିଆରି ଜିନିଷ ଉତ୍ପାଦନ କରିଛି ଏବଂ ଗୋପାଳକ ହିସାବରେ ଦୁଗ୍‌ଧ ଉତ୍ପାଦନ କରି ସମାଜକୁ ପୁଷ୍ଟିକର ଆହାର ଯୋଗାଇଛି।

କିନ୍ତୁ ଆଜିର ଅର୍ଥନୈତିକ ବ୍ୟବସ୍ଥା ଭିତରେ ଏହି ଶ୍ରେଣୀର ପାରମ୍ପରିକ ଦକ୍ଷତା ଓ କାରିଗରୀ କୌଶଳ ଆଜି ଅଦରକାରୀ ହୋଇପଡ଼ିଛି। ଫଳରେ ସେମାନେ ନିଜ ଜୀବନ ଜୀବିକା ହରାଇ ବାଧ୍ୟ ହୋଇ ଦେଶାନ୍ତରୀ ହେଉଛନ୍ତି। ସେମାନଙ୍କୁ ଆଜିର ଦୁନିଆର ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହେବାକୁ ହେଲେ ସେମାନଙ୍କ ଜ୍ଞାନକୌଶଳକୁ ଆହୁରି ଅଧିକ ଉନ୍ନତ ଓ ଦକ୍ଷ କରିବାକୁ ପଡ଼ିବ। ସେଥିପାଇଁ ଦରକାର ଆବଶ୍ୟକୀୟ ପ୍ରଶିକ୍ଷଣ। ତେଣୁ କେନ୍ଦ୍ର ସରକାର ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ଦେଶର ସମସ୍ତ ଜିଲ୍ଲା ସଦର ମହକୁମାରେ ଏହି ବର୍ଗ ପାଇଁ ମୁକ୍ତ ଆବାସିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଶ୍ରୀ ବେହେରା ତାଙ୍କ ଚିଠିରେ ଦାବି କରିଛନ୍ତି।

ଏହି ପ୍ରଶିକ୍ଷିତ ଗୋଷ୍ଠୀ ଭିତରେ ମହିଳା ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଏହା ଫଳରେ ଏହି ବର୍ଗର ଜୀବନ ଜୀବିକାର ସୁରକ୍ଷା ହେବା ସହିତ ଆଧୁନିକ ବିଶ୍ୱର ନୂଆ ଆହ୍ୱାନକୁ ସମ୍ମୁଖୀନ ହେବାରେ ଆମ ଦେଶରେ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଏକ ଦକ୍ଷ ସଂଗଠିତ ମାନବ ସମ୍ବଳ ସୃଷ୍ଟି ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ଉପରେ ଚାପ ପ୍ରୟୋଗ କରିବାକୁ ଏବଂ ପଛୁଆବର୍ଗର ବିକାଶ ପାଇଁ ଏକ ଦକ୍ଷ ମାନବ ସମ୍ବଳ ଗୋଷ୍ଠୀ ତିଆରି କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି।

ଓଡିଶା ପଛୁଆବର୍ଗ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.