Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାତୀୟ ଶିକ୍ଷା ନୀତିର ନୂତନ ପଦକ୍ଷେପକୁ ସ୍ୱାଗତ
ଆଜିର ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାତୀୟ ଶିକ୍ଷା ନୀତିର ନୂତନ ପଦକ୍ଷେପକୁ ସ୍ୱାଗତ

July 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତିରେ ଅଣାଯାଇଥିବା ସଂସ୍କାରର ର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି।

ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଓ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ ର ଶୁଭାରମ୍ଭ କରିଥିବା ବେଳେ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଏହା ଦୃଢ଼ୀଭୁତ କରିବ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ହେବ ବୋଲି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଜାତୀୟ ଶିକ୍ଷାନୀତିର ନୂତନ ପଦକ୍ଷେପ ଗୁଡିକ ସହିତ ଖାପ ଖୁଆଇ ସୋଆ ପକ୍ଷରୁ ବିଭିନ୍ନ ଅନଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ବିଶେଷ ଭାବେ କୋଭିଡ ମହାମାରୀ ଯୋଗୁଁ କ୍ଲାସରୁମ ଶିକ୍ଷା ପ୍ରଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି।

ସୋଆରେ ସ୍ଵୟମ ଓ ମୋଡୁଲ ପ୍ଲାଟଫର୍ମ ବ୍ୟବହାର କରାଯାଇ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ଏହି ପ୍ଲାଟଫର୍ମ ଜରିଆରେ ଭିଡ଼ିଓ ଅପଲୋଡ଼ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକାଡେ଼ମିକ ବ୍ୟାଙ୍କ ଅଫ କ୍ରେଡିଟ ବ୍ୟବସ୍ଥା କୁ ସ୍ବାଗତ କରି ସୋଆ ଛାତ୍ରଛାତ୍ରୀ ମାନେ ଏହି ସୁବିଧାର ବିନିଯୋଗ କରିବେ ବୋଲି ସେ ପ୍ରକାଶ କରିଥିଲେ।

ଜାତୀୟ ଶିକ୍ଷାନୀତି ରେ ଗୁରୁତ୍ବ ଦିଆଯାଇଥିବା ୟୁନିଭର୍ସାଲ ହ୍ୟୁମାନ ଭାଲ୍ୟୁ ସିଷ୍ଟମ, ହୋଲିଷ୍ଟିକ ଡେଭେଲପମେଣ୍ଟ ଓ ଯୋଗ କୁ ସୋଆରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ୟ ସେ କହିଥିଲେ।

ଗତ କିଛି ବର୍ଷ ହେବ ଅନେକ ବିଦେଶୀ ଛାତ୍ରଛାତ୍ରୀ ସୋଆରେ ପାଠ ପଢିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି କୁଳପତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମରେ କୁଳପତିଙ୍କ ବ୍ୟତୀତ ପ୍ରୋ ଭାଇସ ଚାନ୍ସସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଅ।ଡିସନାଲ ଡିନ (ରିସର୍ଚ୍ଚ ) ପ୍ରଫେସର ପ୍ରିୟବ୍ରତ ପଟନାୟକ ଓ ଅନଲାଇନ କୋଅର୍ଡିନେଟର ଆସିଷ୍ଟାଣ୍ଟ ପ୍ରଫେସର ଅନିଶ ୟୁନୁଭା ଯୋଗ ଦେଇଥିଲେ।

ଜାତୀୟ ଶିକ୍ଷା ନୀତି ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.