ପେଗାସସ୍ ଗୁପ୍ତଚର ମାମଲା: ଆସନ୍ତା ସପ୍ତାହରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Published: Jul 30, 2021, 11:38 am IST

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ଆଜି ପ୍ରଧାନ ବିଚାରପତି ଏନ. ରମଣଙ୍କ ବେଞ୍ଚ ଆଗରେ ଏହି ପ୍ରସଙ୍ଗ ଉଠିଥିଲା। ଯାହା ଉପରେ ଆସନ୍ତା ସପ୍ତାହରେ ସେ ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସଂସଦର ଚଳିତ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ ହୋଇଛି। ବିରୋଧୀ ଦଳ ଏହି ଘଟଣାକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ସଂସଦ ଅଧିବେଶନ ଆରମ୍ଭ ହେବାର ସାତ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିରୋଧୀ ସାଂସଦଙ୍କ ଉତ୍ତେଜନା ଓ ବିରୋଧ ଯୋଗୁଁ ଅଧିକାଂଶ ସମୟ ଗୃହ କାର୍ଯ୍ୟ ବନ୍ଦ ରହୁଛି।

Related posts