’୯୯ ସଙ୍ଗ୍‌ସ୍‌’ ଫିଲ୍ମରେ ପ୍ରଥମଥର ପାଇଁ ପ୍ରଯୋଜକ  ଓ କାହାଣୀକାର ହେଲେ ଏଆର୍‌ ରହମାନ୍‌

Published: Apr 12, 2019, 5:12 pm IST

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଏ. ଆର୍‌ ରହମାନ୍‌ ତାଙ୍କର ପ୍ରଥମ ଫିଲ୍ମ ’୯୯ ସଙ୍ଗସ୍‌’ର ଘୋଷଣା କରିଛନ୍ତି । ଏହି ଫିଲ୍ମ ଜରିଆରେ ସେ ପ୍ରଥମଥର ପାଇଁ ପ୍ରଯୋଜକ ଓ କାହାଣୀକାର ଭାବେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ।  ରହମାନ୍‌ ଏନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ଏହି ଫିଲ୍ମଟି ତାଙ୍କ ପ୍ରଡକ୍ସନ କମ୍ପାନୀ ଓ୍ବାଇ ଏମ୍‌ ମୁଭିଜ୍‌ ଏବଂ ଜିଓ ଷ୍ଟୁଡିଓଜ୍‌ର ସହ ପାର୍ଟନର ରୂପେ ଏହି ଫିଲ୍ମକୁ ପ୍ରଯୋଜିତ କରୁଛନ୍ତି । ହିନ୍ଦି, ତାମିଲ୍‌, ଓ ତେଲୁଗୁ ଆଦି ତିନୋଟି ଭାଷାରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶେଷ କ୍ରିଷ୍ଣମୂର୍ତ୍ତି । ଏହି ଫିଲ୍ମରେ ଏହାନ୍‌ ଭଟ୍ଟ ଓ ଏଡ୍‌ଲିସ୍‌ ଭର୍ଗସ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମଟି ଜଣେ ସଂଘର୍ଷରତ ଗାୟକ ଉପରେ ଆଧାରିତ, ଯିଏ ନିଜକୁ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ରୂପେ ପରିଚିତ କରାଇପାରୁଛି ।

Related posts