Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରି ତିନି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଖଣି ପାଣ୍ଠି ନେଇଯିବା ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ
ଆଜିର ଖବର

ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରି ତିନି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଖଣି ପାଣ୍ଠି ନେଇଯିବା ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ

July 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶାହା କମିଶନ ବସି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଖଣି କମ୍ପାନୀଙ୍କ ଉପରେ ବିପୁଳ ଜୋରିମାନା ହୋଇଥିଲା। ଏହି ବିପୁଳ ଜୋରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନୀମାନେ ବୁଦ୍ଧି କରି ଆଇବିଏମ୍ ଦ୍ୱାରା ଏହାର ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାରଣ ରିହାତି ପାଇଥିଲେ।

ମାତ୍ର ଏହା ପରେ ମଧ୍ୟ ଏହି ଅର୍ଥ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହେଲା ପରେ ଏହି ଅର୍ଥ ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଏହାକୁ ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ବିଶେଷକରି ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରିବା ସହ ଏହି ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ସୁପ୍ରିମକୋର୍ଟର ଗାଇଡ଼ ଲାଇନ୍ ଉଲଂଘନ କରି ଏହି ଅର୍ଥକୁ ଜୁନ୍ ୧୧ ଏପ୍ରିଲ ଓ ସେପ୍ଟେମ୍ବରରେ କୌଣସି କାରଣ ନଦର୍ଶାଇ ପଇସା ଉଠାଇନେଇ ୧୪ ସେପ୍ଟେମ୍ବରରେ ଏହାକୁ ରେଗୁଲାରାଇଜ କଲେ। ନିର୍ଦ୍ଦିଷ୍ଟ ଭାବେ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଗଲା। ଲୋକଙ୍କ ଜୀବିକା ପାଇଁ ଅର୍ଥ ଖର୍ଚ୍ଚ କରାନଯାଇ ଏଲ୍ ଆଣ୍ଡ ଟି ଭଳି ବଡ଼ କମ୍ପାନୀକୁ ୨୨୦୦ କୋଟିର ଠିକା ଦିଆଯାଇ ଅଗ୍ରୀମ ୬୦୦ କୋଟି ଦିଆଗଲା।

ଆଜି ଲୋୟର ପିଏମ୍‌ଜିରେ ଏହି ବିସଙ୍ଗତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନସ୍ଥଳରେ ବିଶିଷ୍ଟ ଆଡ଼ଭୋକେଟ ଶିବାନନ୍ଦ ରାୟ, କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ସାହୁ, ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶୈଳଜ ରବି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯଦି ଏହି ଅର୍ଥକୁ ଆଦିବାସୀଙ୍କ ମଧ୍ୟରେ ସିଧାସଳଖ ବଣ୍ଟା ଯାଇଥାନ୍ତା, ତେବେ ଘରପିଛା ୨୦ ହଜାର ଟଙ୍କା ପଡ଼ିଥାନ୍ତା। କିନ୍ତୁ ସରକାର ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନକୁ ମାନିଲେ ନାହିଁ। କେନ୍ଦୁଝର ନାଗରିକ ମଞ୍ଚର କିରଣ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାର କେଉଁ ଉଦ୍ଦେଶ୍ୟରେ ଏତେ ବିପୁଳ ଅର୍ଥରାଶି ନିର୍ଦ୍ଦିଷ୍ଟ ତିନୋଟି ଜିଲ୍ଲାବାସୀଙ୍କ ଅର୍ଥ ଉଠାଇନେଲେ ସେ କଥା କେଉଁଠାରେ ସ୍ପଷ୍ଟ କରିନାହାଁନ୍ତି।

ଆଗାମୀ ଦିନରେ ଏହାକୁ ନେଇ ନ୍ୟାୟାଳୟରେ ମକଦ୍ଦମା କରାଯିବ ବୋଲି ବରିଷ୍ଠ ଆଡ଼ଭୋକେଟ ଶିବାନନ୍ଦ ରାୟ କହିଥିଲେ। ଶୈଳଜ ରବି ଆଶ୍ଚର୍ଯ୍ୟପ୍ରକଟ କରି ଏଭଳି ଘଟଣା କିଭଳି ଘଟୁଛି ବୋଲି କହିଥିଲେ? ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ନିମାଇଁ ରାୟ ଆଗାମୀ ଦିନରେ କ୍ଷତିଗ୍ରସ୍ତ ତିନୋଟି ଜିଲ୍ଲାର ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ମଧୁମିତା ସାମଲ, କଳ୍ପନା ମହାନ୍ତି, ଅପର୍ଣ୍ଣା ନାୟକ, ଭୁବନେଶ୍ୱର ଛାତ୍ର ସଂଗଠନ ସଭାପତି ଅମିତ ଜେନା, ଯଶୋବନ୍ତ ଦାସ, ସତ୍ୟଜିତ ମହାନ୍ତି, ଅମରଜିତ ସ୍ୱାଇଁ, ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଅକ୍ଷୟ କୁମାର ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.