ଉତ୍ତରପ୍ରଦେଶରୁ ଦୁଇ ସାଂସଦ ପ୍ରାର୍ଥୀ ମାନେକା ଗାନ୍ଧୀ ଏବଂ ସାକ୍ଷୀ ମହାରାଜ ଭୋଟରଙ୍କୁ ଧମକପୂର୍ଣ୍ଣ ନିବେଦନ କରିଛନ୍ତି । ମାନେକା ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ସାକ୍ଷୀ ମହାରାଜ ଉନ୍ନାଓରୁ ନିର୍ବାଚନ ଲଢୁଛନ୍ତି । ସୁଲତାନପୁରଠାରେ ଆୟୋଜିତ ଏକ ର୍ନିବାଚନୀ ସଭାରେ ମେନକା କହିଛନ୍ତି ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି। ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ। ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍ ଅଧ୍ୟକ୍ଷ ଅଜହର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ନିର୍ବାଚନ ତ ମୁଁ ଜିତିଯାଇଛି ମାତ୍ର ଆପଣଙ୍କମ ସହାୟତା ନମିଳିଲେ ଭବିଷ୍ୟତରେ ଆପଣ ମାନଙ୍କ କାମ କରିବା ପାଇଁ ମୋତେ ମଧ୍ୟ କଷ୍ଟ ଲାଗିବ । ସେହିପରି ଅନ୍ୟତମ ବିଜେପି ନେତା ତଥା ଉନ୍ନାଓର ସାଂସଦ ଥିବା ସାକ୍ଷୀ ମହାରାଜ । ସେ କହିଛନ୍ତି ସନ୍ନ୍ୟାସୀ ଆପଣଙ୍କ ଦ୍ବାରକୁ ଆସିଲେ ଆପଣ ଯଦି ଭିକ୍ଷା ନ ଦିଅନ୍ତି ତେବେ ଆପଣଙ୍କର ପୁଣ୍ୟ ସେ ନେଇଯାଏ ଏବଂ ତା ପାପ ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ମୁଁ ଆପଣଙ୍କୁ ଆପଣଙ୍କ ଭୋଟ ମାଗିବାକୁ ଚାହୁଁଛି ଯଦ୍ବାରା ଦେଶର ଲୋକମାନଙ୍କ ଉନ୍ନତି ହୋଇପାରିବ ।