ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ, ଖୁବ୍‌ ଶୀଘ୍ର ଘୋଷଣା କରିବ ପ୍ରାର୍ଥୀଙ୍କ ନାମ

Published: Apr 12, 2019, 5:42 pm IST

ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସହ ମେଣ୍ଟ କରିବାକୁ ନେଇ କଂଗ୍ରେସ ଆଜି ତା’ର ଉତ୍ତର ରଖିଛି । କଂଗ୍ରେସ ପ୍ରଭାରୀ ପିସି ଚାକୋ ଦିଲ୍ଲୀରେ କଂଗ୍ରେସ ଏକାକୀ ଲଢିବା ନେଇ ସୂଚନା ଦେଇଛନ୍ତି । ଆପ୍ ଦିଲ୍ଲୀ ସହ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି, କିନ୍ତୁ ଅନ୍ୟ ସମସ୍ତ ରାଜ୍ୟରେ ମେଣ୍ଟ କରିବା ସମ୍ଭବପର ନୁହେଁ ବୋଲି କଂଗ୍ରେସ କହିଛି । ସବୁ ରାଜ୍ୟ ଅଲଗା ଓ ସେଠାକାର ସ୍ଥିତି ଭିନ୍ନ ଥିବାର ଆପ୍‌ର ଏହି ପ୍ରସଙ୍ଗରେ ସହମତି କରିପାରିନାହିଁ କଂଗ୍ରେସ । ଏବଂ ଏହା ସହିତ ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ସମ୍ଭାବନା ନେଇ ସମସ୍ତ କଳ୍ପନାର ଅନ୍ତ ଘଟିଛି । ଖୁବ୍‌ ଶୀଘ୍ର କଂଗ୍ରେସ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ପୂର୍ବରୁ ଆପ୍‌ ସହ ମେଣ୍ଟକୁ ନେଇ ଶିଲା ଦୀକ୍ଷିତ୍‌ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Related posts