ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୭୮୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Aug 2, 2021, 7:41 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୭୭୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭୬, କଟକରୁ ୨୪୫, ପୁରୀରୁ ୧୩୩, ଯାଜପୁରରୁ ୧୦୬, ବାଲେଶ୍ବରରୁ ୮୨, ଜଗତସିଂହପୁରରୁ ୭୩, କେନ୍ଦ୍ରାପଡାରୁ ୭୩, ଅନୁଗୁଳରୁ ୬୬, ଭଦ୍ରକରୁ ୬୨, ମୟୂରଭଞ୍ଜରୁ ୫୯, ଢେଙ୍କାନାଳରୁ ୫୧, ସୁନ୍ଦରଗଡରୁ ୪୧, କେନ୍ଦୁଝରରୁ ୩୬, ନୟାଗଡରୁ ୩୫, ବରଗଡରୁ ୨୩, କନ୍ଧମାଳରୁ ୨୩, ରାୟଗଡାରୁ ୧୮, ନୂଆପଡାରୁ ୧୪, ସମ୍ବଲପୁରରୁ ୧୩, ମାଲକାନଗିରିରୁ ୧୨, କଳାହାଣ୍ଡିରୁ ୭, ଗଜପତିରୁ ୬, ଗଞ୍ଜାମରୁ ୬, କୋରାପୁଟରୁ ୬, ଝାରସୁଗୁଡାରୁ ୫,ଦେବଗଡରୁ ୪, ବୌଦ୍ଧରୁ ୩, ସୋନପୁରରୁ ୩, ବଲାଙ୍ଗୀରିରୁ ୨, ନବରଙ୍ଗପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୦ ହଜାର ୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୨୭୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୩୩ କୁ ବୃଦ୍ଧି ହୋଇଛି।

Related posts