କାକଟପୁର-ନିମାପଡା ରାସ୍ତାରୁ ୧୮ ଲକ୍ଷ ଜବତ

Published: Apr 13, 2019, 12:02 pm IST
money seized

ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ  କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନ କରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ  ଗାଡ଼ି ଯାଂଚ ବେଳେ ନିମାପଡ଼ା- କାକଟପୁର ରାସ୍ତାରୁ ଆଜି ଏକ ଗାଡ଼ିରୁ ୧୮ଲକ୍ଷ ୭୦ ହଜାର ୫୦୦ ଟଙ୍କା ଜବତ ହୋଇଛି । ଆଜି ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼  ଦ୍ୱାରା ଗାଡ଼ି ଯାଂଚ ବେଳେ ବିଳମ୍ବିତ ରାତ୍ରିରେ ନିମାପଡ଼ା- କାକଟପୁର ରାସ୍ତାର ପାଣିଛତ୍ର ନିକଟରୁ ଏକ ଗାଡ଼ିରୁ୧୮ଲକ୍ଷ ୭୦ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ଜଣେ ସରପଞ୍ଚଙ୍କ କାରରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍ୱାର୍ଡ଼ ଏହି ଟଙ୍କା ଜବତ କରିଛି । ଏହି ଟଙ୍କା କେଉଁ ଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି । ସରପଞ୍ଚଙ୍କୁ ପୋଲିସ ଗିରଫ କରି ନେଇଛି ।

Related posts