ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Published: Apr 13, 2019, 12:30 pm IST
dead body found in rayagad

ରାୟଗଡ଼ା ପୋଲିସ ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିଲେ । ଏନେଇ ଟାଉନ ଥାନାରେ ପରିବାର ଲୋକେ ଝିଅର ନିଖୋଜ ହେବା ନେଇ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବତୀଙ୍କ ନାମ କେ ସରୋଜିନୀ ଓ ତାଙ୍କ ଘର ବକିଟିସାହିରେ ବୋଲି ଜଣାପଡ଼ିଛି । କିନ୍ତୁ ଯୁବତୀଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ହତ୍ୟା ତାହା ସମ୍ପର୍କରେ କୈାଣସି ସୂଚନା ମିଳିନାହିଁ । ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts