ଇସ୍ରାଏଲ୍‌ ଆକ୍ରମଣରେ ତିନି ସିରିଆ ସେନା ଆହତ

Published: Apr 13, 2019, 12:44 pm IST
israel attack in syria

ଇସ୍ରାଏଲ୍‌ ପକ୍ଷରୁ ସିରିଆ ଉପରେ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ତିନି ସିରିଆ ସୈନିକ ଆହତ ହୋଇଥିବା ନେଇ ସିରିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିରିଆାର ସେନାବାହିନୀ ଉପରେ ହୋଇଥିବା ଏହି ଆକ୍ରମଣରେ ଏକାଧିକ କୋଠାଘର ଭାଙ୍ଗିଯାଇଥିବା ବେଳେ ସାଧାରଣ ଲୋକଙ୍କ ମୃତାହତ ନେଇ କୌଣସି ଖବର ମିଳିନାହିଁ । ଇସ୍ରାଏଲ୍‌ ପକ୍ଷରୁ ଆକ୍ରମଣ କରାଯାଇଥିବା ବେଳେ ପ୍ରତିବାଦରେ ସିରିଆ ପକ୍ଷରୁ ଇସ୍ରାଏଲ୍‌ର ଏକ ଲଢୁଆ ବିମାନ ଖସାଇ ଦିଆଯାଇଥିବା ନେଇ ଲେବାନନ୍‌ ଏୟାର ସ୍ପେସ୍‌ କପକ୍ଷରୁ ଦାବି କରାଯାଇଛି । ଇସ୍ରାଏଲ୍‌ ଏହି ମାମଲାକୁ ସ୍ବୀକାର କରିନଥିଲେ ମଧ୍ୟ ନିକଟ ଅତୀତୀରେ ଏହି ରାଷ୍ଟ୍ର ଏୟାର ଷ୍ଟ୍ରାଇକ୍‌ କରିଥିବାର ନଜିର ରହିଛି । ବିମାନ ଖସାଇବା ଉପରେ ମଧ୍ୟ ଇସ୍ରାଏଲ୍‌ ନୀରବତା ଅବଲମ୍ବନ କରିଛି । ଇରାନ୍‌ ସହାୟତାରେ ସିରିଆ ଆକ୍ରମଣ କରିବ ବୋଲି ସିରିଆ ରାଷ୍ଟ୍ରପତି ବସାର ଅସଦ୍‌ କହିଥିବା ବେଳେ ସୀମାରେ ଇରାନ୍‌ର ଉପସ୍ଥିତି ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଏବଂ ଏହାକୁ ପ୍ରତିହତ କରାଯିବ ବୋଲି ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି ।

Related posts