ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା

Published: Apr 13, 2019, 12:52 pm IST
rukuna ratha yatra

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା କାର୍ଯ୍ୟକ୍ରମ ରହିଛି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ ଦିନ ଗୋଟିଏ ରଥରେ ବସାଯାଇ ରାମେଶ୍ବର ମନ୍ଦିରକୁ ନିଆଯାଇ ଯାଏ, ପୁଣିଥରେ ମୁଖ୍ୟମନ୍ଦିରକୁ ବାହୁଡାଇ ଅଣାଯାଏ । ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହପ୍ରଭୁ ରାମେଶ୍ବର ମନ୍ଦିର (ମାଉସୀ ମା’ ମନ୍ଦିର)କୁ ଯାତ୍ରା କରିଥା’ନ୍ତି । ଏହି ରଥଯାତ୍ରାର ବିଶେଷତ୍ବ ହେଉଛି ଏହି ରଥଟି ଅଣଲେଉଟା । ଏବର୍ଷ ଅଶୋକାଷ୍ଟମୀ ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related posts