Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିରଳ ଘଟଣା, କଟକ ମେଡିକାଲରେ ଜଣେ ମହିଳା ଜନ୍ମ ଦେଲେ ଏକାଥରେ ଚାରୋଟି ଶିଶୁ
ଆଜିର ଖବର

ବିରଳ ଘଟଣା, କଟକ ମେଡିକାଲରେ ଜଣେ ମହିଳା ଜନ୍ମ ଦେଲେ ଏକାଥରେ ଚାରୋଟି ଶିଶୁ

August 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିରଳ ଘଟଣା, କଟକ ମେଡିକାଲରେ ଜଣେ ମହିଳା ଜନ୍ମ ଦେଲେ ଏକାଥରେ ଚାରୋଟି ଶିଶୁ

କଟକ, ଜଣେ ମହିଳା ଏକା ସଙ୍ଗେରେ ଜନ୍ମଦେଲେ ୪ ନବଜାତ ଶିଶୁ। ଏହା ଅବିଶ୍ବାସ ହେଉଥିଲେ ମଧ୍ୟ ସତକଥା। ଆଉ ଘଟଣାଟି ବାହାର ରାଜ୍ୟରେ ନୁହେଁ ଖୋଦ ଓଡିଶାର କଟକ ମେଡିକାଲରେ ଘଟିଛି। ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର -ଶରଣକୁଳ ଅଞ୍ଚଳର ଜଣେ ମହିଳା ପ୍ରସବ ବେଦନା ଅନୁଭବ କରିଥିଲେ । ତାଙ୍କର ଗର୍ଭରେ ଚାରୋଟି ଶିଶୁ ଥିବାର ଜଣାପଡିଥିଲା। ମାତ୍ର ଆର୍ଥିକ ଅଭାବରୁ ସେ ତାଙ୍କର ଚିକିତ୍ସା କରାଇପାରୁ ନ ଥିଲେ ।

ତେବେ ଏହି ଖବର ଅଭିନେତା ସବ୍ୟସାଚୀ ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢାଇଥିଲେ।  ନୟାଗଡରୁ ଆଣି ତାଙ୍କୁ ଏସସିବିରେ ଭର୍ତ୍ତ କରାଇଥିଲେ। ଏସସିବିରେ ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ଡା.ତୁଷାର କରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ମହିଳାଙ୍କ ସହ ନବଜାତଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଡାକ୍ତର । ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବରେ ମହିଳା ଜଣଙ୍କ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

ଏହି ଖବର ସବ୍ୟସାଚୀ ନିଜ ଟୁଇଟରେ ଜଣାଇବା ସହିତ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ନିଜେ ପିଲାମାନଙ୍କର ମାମୁଁ ବନିଗଲେ ବୋଲି ସ୍ବୀକାର ମଧ୍ୟ କରିଛନ୍ତି।

ଅଭିନେତା ସବ୍ୟସାଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.